ବୋମା ବିସ୍ଫୋରଣରେ ୩୦ ମୃତ

0

ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆର ୱିସିଲ ସହରରେ ସବାବ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ରବିବାର କାର ବୋମା ବିସ୍ଫୋରଣ କରାଯିବା ଫଳରେ ୩୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୭ ଯବାନ ଓ ୧୩ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ । ଆତଙ୍କବାଦୀମାନେ ଏଠାରେ ଥିବା ଏକ ସାମରିକ ଶିବିରକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଥିବା କୁହାଯାଇଛି । ବିସ୍ଫୋରଣ ପରେ ସରକାରୀ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯିବାରୁ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

Leave A Reply

Your email address will not be published.

6 − 3 =