ରଥଯାତ୍ରା ହେବ ବୋଲି ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀମାନେ ଏଭଳି ରଖିଲେ ମତ

0

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ହେବା ନେଇ ନିଷ୍ପତି ହେବା ପରେ ଅମିତ ଶାହ ନିଜର ମତ ରଖିଛନ୍ତି । ସେ ଟ୍ୱିଟ ଜରିଆରେ ଜଣାଇଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଜୀଙ୍କର ପରାମର୍ଶ କ୍ରମେ ଗଜପତି ମହାରାଜାଜୀ ଏବଂ ପୁରୀର ଶଙ୍କରାଚାର୍ଯ୍ୟଜୀଙ୍କ ସହ କଥା ହେଲି ଏବଂ ଯାତ୍ରାକୁ ନେଇ ତାଙ୍କର ମତାମତ ଜାଣି ପ୍ରଧାନମନ୍ତ୍ରୀଜୀଙ୍କୁ ଅପଗତ କରିଥିଲି । ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଲିିସିଟର ଜେନେରାଲଙ୍କ ସହ ମଧ୍ୟ କଥାବାର୍ତା କରିଥିଲି ।

ଏହାପରେ ସେ ଆହୁରି କହିଛନ୍ତି ଯେ, ମାମଲାର ଗମ୍ଭୀରତା ଏବଂ ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାମଲାକୁ ସୁପ୍ରିମକୋର୍ଟର ଭେକେସନ୍ ବେଂଚ ଆଗରେ ରଖାଗଲା । ଅପରାହ୍ନରେ ଏହାର ଶୁଣାଣି ହେଲା ଏବଂ ଏହି ସୁଖଦ ନିଷ୍ପତି ଆମ ସମସ୍ତଙ୍କ ସାମ୍ନାକୁ ଆସିଲା । ଆଜିର ଦିନ ଆମ ସମସ୍ତଙ୍କ ପାଇଁ ବିଶେଷ କରି ଓଡ଼ିଶାର ଆମର ଭାଇ-ଭଉଣୀ ଏବଂ ଭଗବାନ ଜଗନ୍ନାଥଙ୍କର ଭକ୍ତମାନଙ୍କ ପାଇଁ ଏକ ଶୁଭ ଦିନ । ରଥଯାତ୍ରାକୁ ସୁପ୍ରିମକୋର୍ଟର ସମ୍ମତି ମିଳିବା ପରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି ।

ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ନିଜର ମତ ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ସମସ୍ତଙ୍କର ଆସ୍ଥାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟର ଖଣ୍ଡପୀଠରେ ମତ ରଖାଯାଇଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ମତ ପ୍ରକାଶ ପାଇଲା । ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହା ଆମର ଆସ୍ଥାର ପ୍ରତୀକ । ସମସ୍ତ ଶ୍ରଦ୍ଧାଳୁଙ୍କୁ ମୋର ଶୁଭକାମନା । ଏହାସହ ମୋର ଅନୁରୋଧ ଯେ, ସମସ୍ତେ ନିଜ ସ୍ୱାସ୍ଥ୍ୟ ନିୟମର ସମସ୍ତ ପ୍ରକାରର ଧ୍ୟାନ ରଖନ୍ତୁ ।ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଟ୍ୱିଟ କରି କହିଛନ୍ତି ଯେ, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ସୁପ୍ରକିକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ପୁରା ଦେଶ ବହୁତ ଖୁସି ଅଛି । ଏନେଇ ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟଙ୍କୁ ମୋ ପକ୍ଷରୁ ଧନ୍ୟବାଦ ଜଣାଉଛି । ଗତକାଲି ରଥଯାତ୍ରାର ସିଧାପ୍ରସାରଣ ଦୁରଦର୍ଶନ ଓ ଅନ୍ୟ ଚ୍ୟାନେଲରେ ହେବ ।

Leave A Reply

Your email address will not be published.

17 − fifteen =