ଆତଙ୍କୀଙ୍କ ଟାର୍ଗେଟ୍‌ରେ ଦେଶର ରାଜଧାନୀ ଦିଲ୍ଲୀ, ହାଇ ଆଲର୍ଟ ଘୋଷଣା

0

ହାଇ ଆଲର୍ଟରେ ଦେଶର ରାଜଧାନୀ ଦିଲ୍ଲୀ । କିଛି ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିବାକୁ ଚେଷ୍ଟା କରିବା ନେଇ ଗୁଇନ୍ଦା ସୂଚନା ଦେବା ପରେ ଦିଲ୍ଲୀ ପୁଲିସ ଏବେ ହାଇ ଆଲର୍ଟରେ ରହିଛି । ଜାମ୍ମୁ କାଶ୍ମୀରର ୪-୫ ଆତଙ୍କବାଦୀ ଟ୍ରକରେ ଲୁଚି ଦିଲ୍ଲୀ ମୁହାଁ ହୋଇଥିବା ଗୁଇନ୍ଦା ସୂଚନା ଦେଇଛି । ଏହାପରେ ସମସ୍ତ ଜିଲ୍ଲାର ଡିସିପି, ସ୍ପେଶାଲ୍ ସେଲ୍, କ୍ରାଇମ ବ୍ରାଞ୍ଚ ଏବଂ ଦିଲ୍ଲୀ ପୁଲିସର ଅନ୍ୟ ସମସ୍ତ ୟୁନିଟକୁ ହାଇ ଆର୍ଲଟରେ ରଖାଯାଇଛି । ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ ଏବଂ କାଶ୍ମୀର ନମ୍ବର ଗାଡିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଦିଲ୍ଲୀ ଭିତରକୁ ପ୍ରବେଶ କରିବା ପାଇଁ ଥିବା ସମସ୍ତ ଜାଗାରେ ଅଧିକ ସଂଖ୍ୟକ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଛି ।

Leave A Reply

Your email address will not be published.

20 − 10 =