ଅଯଥା କଲ୍‌ ବା ମେସେଜ କଲେ ୧୦ ହଜାର ଜୋରିମାନା

0

ନୂଆଦିଲ୍ଲୀ: ଏଣିକି ୟୁଜରଙ୍କୁ ୫୦ରୁ ଅଧିକ ଅଯଥା କଲ ବା ଏସଏମଏସ କଲେ ୧୦ ହଜାର ଟଙ୍କା ଜୋରିମାନା ଗଣିବାକୁ ପଡିବ । ଏଥିନେଇ ଟେଲିକମ୍‌ ଡିପାର୍ଟମେଣ୍ଟ ପ୍ରସ୍ତୁତ ଆରମ୍ଭ କରୁଛି । ସୂଚନା ଅନୁଯାୟୀ ଟେଲିକମ କମ୍ପାନୀମାନେ ଗ୍ରାହକ ବଢାଇବା ପାଇଁ ୟୁଜର୍ସଙ୍କୁ ଏକ ନିର୍ଦ୍ଧାରିତ ଲିମିଟରୁ ଅଧିକ ଫୋନ କଲ ଓ ମେସେଜ କରିପାରିବେନି । ଅର୍ଥାତ ଯଦି ଏମିତି ହୁଏ ତେବେ ଟେଲିକମ୍‌ କମ୍ପାନୀଙ୍କ ଉପରେ ଜୋରିମାନା ଲାଗିବ । ତେବେ ଜୋରିମାନା ରାଶିକୁ ବଢାଇ ନିୟମକୁ କଡାକଡି କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ନୂଆ ପ୍ରସ୍ତାବ ଅନୁସାରେ ଶୂନ୍ୟରୁ ୧୦ କଲ୍‌ ମଧ୍ୟରେ ଅଯଥା ବା ଚାହୁଁନଥିବା ସେଲ୍ସ କଲ ଲାଗି ୧ହଜାର, ୧୧ରୁ ୫୦ କଲ ଲାଗି ୫ ହଜାର ଓ ୫୦ରୁ ଅଧିକ ଥର ଉଲ୍ଲଙ୍ଘନ କଲେ ପ୍ରତି ଉଲ୍ଲଙ୍ଘନ ପାଇଁ ୧୦ ହଜାର ଟଙ୍କାର ଜୋରିମାନା ପଡିବ ବୋଲି ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.

18 − 3 =