ମୋଦୀ କ୍ୟାବିନେଟ୍‌ରେ ସାମିଲ ହେବାକୁ ଚାହୁଁଛି ନୀତିଶଙ୍କ ପାର୍ଟି

0

ସଂସଦର ମୌସୁମି ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିଙ୍କ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ଜେଡି ନଡ୍ଡା ପ୍ରାୟ ୪ଘଣ୍ଟା ଧରି ବୈଠକ କରିଥିଲେ । ପଶ୍ଚିମବଙ୍ଗ ରାଜନୀତିରେ ବିଜେପିକୁ ଝଟକା ଲାଗିଥିବା ବେଳେ ଅନ୍ୟ ପଟେ ଏବେ ବିହାର ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଏବେ ଜେଡିୟୁ କ୍ୟାବିନେଟ୍‌ରେ ନିଜର ଭାଗ ଦାବି କରିଛି । ଜେଡିୟୁର ରାଷ୍ଟ୍ରୀୟ ସଭାପତି ଆରସିପି ସିଂହ କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ମଧ୍ୟ ଭାଗିଦାରୀ ମିଳିବା ଉଚିତ୍‌ । ସେ କହିଛନ୍ତି ଯେ, ଏନଡିଏରେ ସାମିଲ ସମସ୍ତ ଦଳକୁ ସମ୍ମାନ ମିଳିବା ଉଚିତ୍‌ । ଆଶା କରୁଛୁ କ୍ୟାବିନେଟ୍‌ ସଂପ୍ରସାରଣରେ ଜେଡିୟୁକୁ ଉଚିତ୍‌ ପଦ ମିଳିବ ।

Leave A Reply

Your email address will not be published.

16 − 2 =