ବଢ଼ିଲା ବସ୍ ଭଡ଼ା

0

ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ  ସରକାର। କି.ମି ପିଛା ୨ରୁ ୪ ପଇସା ବଢ଼ିଛି ବସ୍ ଭଡ଼ା। ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ମୁତାବକ, ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୫ ପଇସାକୁ ବଢ଼ିଛି। ଡିଲକ୍ସ ବସ୍ ଭଡ଼ା ପୂର୍ବରୁ ୧ଟଙ୍କା ୧ ପଇସା ଥିବା ବେଳେ ଏବେ ୧ ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୨୩ ପଇସା ଥିବା ବେଳେ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.