ପେଟ୍ରୋଲ, ଡିଜେଲ ଦର ବଢିବାରୁ ବଢିଲା ବସ ଭଡ଼ା

0

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଦର ବଢ଼ିଥିବାରୁ ରାଜ୍ୟରେ ପୁଣି ବଢ଼ିଛି ବସ୍ ଭଡ଼ା । ଅଟୋମେଟିକ୍ ମେକାନିଜିମ୍ ବ୍ୟବସ୍ଥାରେ ପେଟ୍ରୋଲ୍‌, ଡିଜେଲ୍ ଦର ବୃଦ୍ଧି ଘଟିଥିବାରୁ ଭଡ଼ା ବୃଦ୍ଧିହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅର୍ଡିନାରୀ ବସ୍ କିମି ପିଛା ୮୫ ପଇସା ଥିବା ବେଳେ ଗୁରୁବାର ୪ ପଇସା ବଢ଼ି ୮୯ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ୮୯ ପଇସା ରହିଥିବା ବେଳେ ୯୩ ପଇସାକୁ ବୃଦ୍ଧିଘଟିଛି । ଡିଲକ୍ସ ଟ୧.୨୧ ପଇସା ଥିବା ବେଳେ ୮ ପଇସା ବଢ଼ି ଟ୧.୨୯ ପଇସାରେ ପହଞ୍ଚିଛି । ଏସି ଡିଲକ୍ସ ଟ୧.୪୯ ପଇସା ରହିଥିବା ବେଳେ ୮ ପଇସା ବୃଦ୍ଧି ଘଟି ୧.୫୭ ପଇସା ହୋଇଛି । ସେହିପରି ସୁପର ପ୍ରିମିୟମ୍ ଟ୨.୩୩ ପଇସା ଥିବା ବେଳେ ୧୨ ପଇସା ବୃଦ୍ଧିହୋଇ ଟ୨.୪୫ ପଇସାରେ ପହଞ୍ଚିଛି । ଏହାପୂର୍ବରୁ ମାର୍ଚ୍ଚ ୪ ତାରିଖରେ ରାଜ୍ୟରେ ଘରୋଇ ବସ୍ ଭଡ଼ାରେ ବୃଦ୍ଧି ଘଟିଥିଲା ।

Leave A Reply

Your email address will not be published.

five × 1 =