ସରକାରଙ୍କୁ ସହାୟତା ମାଗିଲା ବସ୍‌ ମାଲିକ ସଂଘ

0

କରୋନାରେ ଯାତ୍ରୀ ପରିବହନ ବ୍ୟବସ୍ଥା ଉଜୁଡିଯାଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ସହାୟତାର ହାତ ବଢାଇବା ଆବଶ୍ୟକ, ନଚେତ୍‌ ପୂରା ସଡକକୁ ଚଳଚଞ୍ଚଳ ରଖି ଆସିଥିବା ପରିବହନ ବ୍ୟବସ୍ଥା ଧରାଶାୟୀ ହୋଇଯିବା ଆଶଙ୍କା ଏଡାଇ ଦେଇ ହେବନାହିଁ ବୋଲି କହିଛି ରାଜ୍ୟ ବସ୍‌ ମାଲିକ ସଂଘ । ଆସନ୍ତା ଜୁଲାଇରୁ ସେପ୍ଟେମ୍ବର ତିନି ମାସ ଲାଗି ଟିକସ ଛାଡ, ପରିବହନ ବ୍ୟବସ୍ଥାରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଆର୍ଥିକ ସହାୟତା, ଯେଉଁ କର୍ମଚାରୀମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା, ଗତ ଅଢେଇ ମାସ ଧରି ବସ୍‌ ଥୁଆ ହୋଇ ରହିବା ଫଳରେ ଗାଡିର ବିଭିନ୍ନ ପାର୍ଟସନଷ୍ଟ ହୋଇ ଯାଇଥିବା କାରଣରୁ ବସ୍‌ ମାଲିକଙ୍କୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ଅଲ୍‌ ଓଡିଶା ବସ୍‌ ମାଲିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ବସ୍‌? ମାଲିକ ତଥା ଏହାର କର୍ମଚାରୀଙ୍କ ଦୁଃଖ ଶୁଣି ଗତ ମେ’ ଏବଂ ଜୁନ୍‌ ଦୁଇ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି । କିନ୍ତୁ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଆସନ୍ତା ମାସରୁ ବସ୍‌ ସେବା ଆରମ୍ଭ ହୋଇପାରେ । କିନ୍ତୁ ବସ୍‌ ସେବା ଆରମ୍ଭ ହେଲେ ମଧ୍ୟ ଯାତ୍ରୀଙ୍କ ଯାତାୟତ ସ୍ୱାଭାବିକ ହେବାକୁ ଆହୁରି ପ୍ରାୟ ତିନି ମାସ ସମୟ ଲାଗିଯିବ । ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ଅର୍ଥାତ ଜୁଲାଇରୁ ସେପ୍‌ଟେମ୍ବର ପର୍ଯ୍ୟନ୍ତ ରୋଡ୍‌ ଟ୍ୟାକ୍ସ ଛାଡ କରିବା ଆବଶ୍ୟକ । ଦିଲ୍ଲୀ ଭଳି ଓଡିଶାର ବସ୍‌ କର୍ମଚ।।ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉ । ଓଡିଶାରେ ବସ୍‌ ଉପରେ ପ୍ରାୟ ୬୦ ହଜାର କମଚାରୀ ନିର୍ଭର କରିଥାନ୍ତି ।

Leave A Reply

Your email address will not be published.

one × 5 =