୩ଦିନ ପାଇଁ ବନ୍ଦ ରହିବ ଭିସୁଟ୍

0

ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ୍ (ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ) ୩ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଏନେଇ ଭିସୁଟର ରେଜିଷ୍ଟ୍ରାର୍ ଏକ ଚିଠି ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିସୁଟ୍ ଶନିବାର, ରବିବାର ଓ ସୋମବାର ବନ୍ଦ ରହିବ । କରୋନା ସଂକ୍ରମଣକୁ ଆଖିରେ ଆଗରେ ରଖି ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ବିଶୋଧନ କରିବା ପାଇଁ କ୍ୟାମ୍ପସ ବନ୍ଦ ରହିବ ବୋଲି ଜଣାଯାଇଛି। ତେବେ ଏହି ସମୟରେ ଅଧ୍ୟାପକ/ ଅଧ୍ୟାପିକାମାନେ ଅନଲାଇନରେ ପାଠ ପଢାଇବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.