ଖୋର୍ଦ୍ଧା ଜେଲରେ ଧଳା ଜହର କାରବାର, ଭିଡ଼ିଓ ଭାଇରାଲ

0

ଖୋର୍ଦ୍ଧା ଜେଲରେ ଡ୍ରଗ୍ସ କାରବାରର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୩ଟି ଭାଇରାଲ ଭିଡ଼ିଓରୁ ଏହା ସ୍ପଷ୍ଟ ହୋଇଯାଇଛି କି ୧୦ ହଜାର ଟଙ୍କା ଦେଲେ ସବୁ ଜିନିଷ ଖୋର୍ଦ୍ଧା ଜେଲକୁ ଛାଡ଼।
ସୂଚନାଯୋଗ୍ୟ,ଉକ୍ତ ଭିଡ଼ିଓରେ କଏଦୀମାନେ ଜେଲରେ ନିଶାଦ୍ରବ୍ୟଙ୍କୁ ନିଜନିଜ ମଧ୍ୟରେ ବାଂଟି ନେଉଥିବାବେଳେ ବ୍ରାଉନସୁଗର ପୁଡିଆ ପ୍ରସ୍ତୁତ ଠାରୁ ଆରମ୍ଭ କରି ସେବନ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଜେଲ ଭିତରେ କିପରି ଖୁଲମଖୁଲା ମୋବାଇଲ ବ୍ୟବହାର ହେଉଛି, ତାହା ମଧ୍ୟ ଜଳଜଳ ହୋଇ ଦେଖାଯାଉଛି । ଏଥିସହିତ ଜେଲ କର୍ତୃପକ୍ଷ କିପରି ଟଙ୍କା ନେଇ ଆପତିଜନକ ଦ୍ରବ୍ୟ ଭିତରକୁ ଛାଡୁଛନ୍ତି, ସେ ନେଇ ମଧ୍ୟ ଭିଡ଼ିଓରେ ବର୍ତାଳପ ହେଉଥିବା ଶୁଣିବାକୁ ମିଳୁଛି ।ତେବେ ଏହି ଭିଡ଼ିଓ କିଛି ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

5 × five =