ବିପିୟୁଟି ରେଜଲ୍ଟ ପ୍ରକାଶ

0

ଭୁବନେଶ୍ୱର: ୨୦୨୦-୨୧ ବର୍ଷଲାଗି ଏମ୍‌ସିଏର ଷଷ୍ଠ ଏବଂ ବିଟେକ୍ ରେଗୁଲାର ଅଷ୍ଟମ ସେମିଷ୍ଟର ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ବିପିୟୁଟି ୱେବ୍‌ସାଇଟ୍‌ରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ । ପ୍ରୋଭିଜନାଲ ସାର୍ଟିଫିକେଟ୍ ଏବଂ ପ୍ରୋଭିଜନାଲ ଗ୍ରେଡ୍ ସିଟ୍ ଆସନ୍ତା ୮ତାରିଖରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ବୋଲି ପରୀକ୍ଷା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେହିପରି ବି.ଆର୍କିଟେକର ପ୍ରଥମ ଏବଂ ତୃତୀୟ, ଏମ୍‌.ଆର୍କିଟେକର ପ୍ରଥମ ଏବଂ ତୃତୀୟ, ଏମ୍‌ସିଏର ପ୍ରଥମ ଏବଂ ତୃତୀୟ, ଏମ୍‌ଏସ୍‌ସି ପ୍ରଥମ, ବିଟେକ ପ୍ରଥମ ଏବଂ ତୃତୀୟ, ଏମ୍‌ଟେକ୍ ପ୍ରଥମ, ଏମ୍‌ବିଏ ପ୍ରଥମ, ବିଫାର୍ମା ପ୍ରଥମ, ତୃତୀୟ ଏବଂ ଏମ୍‌ଫାର୍ମା ପ୍ରଥମ ସେମିଷ୍ଠର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାର ପ୍ରୋଭିଜନାଲ ସାର୍ଟିଫିକେଟ୍ ଏବଂ ପ୍ରୋଭିଜନାଲ ଗ୍ରେଡ୍ ସିଟ୍ ଆସନ୍ତାକାଲି ଠାରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ।

ବି.ଆର୍କିଟେକ, ଏମବିଏର ଷଷ୍ଟ, ଅଷ୍ଟମ ଏବଂ ୧୦ମ ସେମିଷ୍ଟାର, ବିଟେକ୍‌, ବିଫାର୍ମାର ଷଷ୍ଟ ଏବଂ ଅଷ୍ଟମ, ବିପ୍ଲାନର ଅଷ୍ଟମ, ଏମ୍‌ଏସ୍‌ସି/ଏମ୍‌ବିଏର ୪ର୍ଥ ସେମିଷ୍ଟର, ଏମ୍‌ଏସ୍‌ସି (ଇଣ୍ଟରମିଡିଏଟ୍‌) ୧୦ମ ସେମିଷ୍ଟାର ଏବଂ ଏମବିଏ (ପିଟି) ୪ର୍ଥ ଏବଂ ଷଷ୍ଟ ସେମିଷ୍ଠାର ଜୁଲାଇ ୨୭ରୁ ଆରମ୍ଭ ହେବ । ୭୦ ଏବଂ ୭୫ମାର୍କ ବିଶିଷ୍ଟ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ୧୦୦ମାର୍କ ବିଷିଷ୍ଟ ପରୀକ୍ଷା ସକାଳ ୧୦ଟାରୁ ୧୨ଟା୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୭୦ ଏବଂ ୭୫ମାର୍କ ବିଶିଷ୍ଟ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ୧୦୦ମାର୍କ ବିଷିଷ୍ଟ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା୩୦ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.

fourteen + two =