କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବା ପରେ ମୁମ୍ବାଇ‌ର ୧୩୦୫ କୋଠାକୁ ସିଲ କଲା ବିଏମସି

0

ମୁମ୍ବାଇରେ ୨୭୪୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ମୋଟ ୧୩୦୫ଟି କୋଠାକୁ ସିଲ୍ କରିଛି।
ବିଏମସି କହିଛି ଯେ, “୨୭୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇରେ ମୋଟ ୧୩୦୫ଟି କୋଠାକୁ ସିଲ୍ କରାଯାଇଛି। ଏହି ସିଲ୍ ହୋଇଥିବା ଅଟ୍ଟାଳିକାରେ ୭୧,୮୩୮ ପରିବାର ବାସ କରୁଛନ୍ତି।’’
ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଏ ନେଇ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକ୍‌ଡାଉନ୍‌ ପାଇଁ ଘୋଷଣା କରାଯାଇଛି। ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର୍‌ କହିଛନ୍ତି ଯେ, କୋଭିଡ୍‌-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସର୍ବସାଧାରଣରେ ମାସ୍କ୍‌ ନ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦେଶ ଦେଇଛନ୍ତି।
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମହାରାଷ୍ଟ୍ର ଗତ ୨୪ଘଣ୍ଟା ମଧ୍ୟରେ ୬,୧୧୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହ ୪୪ଜଣ ମୃତ୍ୟୁବରଣ କରିଛନ୍ତି। ରାଜ୍ୟରେ ମୋଟ ୨୦,୮୭,୬୩୨ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୯,୮୯,୯୬୩ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪,୭୬୫ଟି ସକ୍ରିୟ ମାମଲା ରହିଛି। ଏବେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୫୧,୭୧୩ଜଣଙ୍କର ମୃତ୍ୟୁ ଘଟିଛି।

You should be very cautious regarding the ingredients of any medication that you put inside your body. cialis tadalafil Work in consultation with your physician or health care practitioner if you decide to give a try to over the counter pill to aid you to lose weight.

Leave A Reply

Your email address will not be published.