ବିଜେପିକୁ ରୋକିବା ଲାଗି ବୈଠକ ଡାକିଲେ ଶରଦ ପାୱାର

0

ବିଜେପିକୁ ରୋକିବାକୁ ରଣନୀତି ପ୍ରସ୍ତୁତ କରିବା ଲାଗି ଏନସିପି ମୁଖ୍ୟ ଶରଦ ପାୱାର ସବୁ ବିରୋଧୀ ଦଳଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ଲାଗି ବୈଠକରେ ମିଳିତ ରଣନୀତି ପ୍ରସ୍ତୁତ ହେବ । ବୈଠକକୁ କଂଗ୍ରେସ, ଟିଏମ୍‌ସି, ଆର୍‌ଜେଡି, ଆପ୍‌, ଡିଏମ୍‌କେ, ଶିବସେନା, ଏନ୍‌ସି, ସିପିଆଇ ଭଳି ୧୫ଟି ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଆଜି ନୂଆଦିଲ୍ଲୀସ୍ଥିତ ଶରଦ ପାୱାରଙ୍କ ବାସଭବନରେ ରାଷ୍ଟ୍ରମଞ୍ଚ ବ୍ୟାନରରେ ଏହି ବୈଠକ ଅନୁଷ୍ଠିତ ହେବ । ପାୱାର ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ସାକ୍ଷାତ କରିବା ପରେ ଏହି ବୈଠକ ଡକାଯାଇଛି ।

Leave A Reply

Your email address will not be published.

four + four =