ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ପ୍ରାର୍ଥୀ ହୋଇଛନ୍ତି ହରିବଂଶ ନାରାୟଣ ସିଂହ। ସେ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁର।ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ଆଜି ପୁଣି ଥରେ ନବୀନଙ୍କ ସହ କଥା ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ସେ ନବୀନଙ୍କ ସହିତ କଥା ହୋଇଥିଲେ।
ଏନ୍ଡିଏ ପକ୍ଷରୁ ଜେଡିୟୁର ହରିବଂଶ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ଆର୍ଜେଡିର ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି।