ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକ

0

ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସଦୃଢ ଏବଂ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୩୩ଟି ସଂଘଠାନିକ ଜିଲ୍ଲାର ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତ, ଏନ୍ଏସି, ଓ ମୁନିଶିପାଲିଟିର ୱାର୍ଡସ୍ତରୀୟ ନୂତନ କମିଟି ଗଠନ କରାଯିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ୬ ଟି ଜୋନ ଏବଂ ସମସ୍ତ ଜିଲ୍ଲାର ସଭାପତି ଅଂଶଗ୍ରହଣ କରି ସଂଘଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦିଗରେ ମତ ପ୍ରଦାନ କରିଥିଲେ। ଜିଲ୍ଲା ଛାତ୍ର ସଭାପତିମାନଙ୍କୁ ନୂତନ କମିଟି ଗଠନ ସମ୍ଭଦୀୟ ଖସଡ଼ା ବିଷୟରେ ଅବଗତ କରାଯାଇଥିଲା। ଏହି ଭର୍ଚୁଆଲ ବୈଠକରେ ସଭାପତିତ୍ବ କରିଥିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିଫାଠୀ। ସେ କହିଥିଲେ, ଆମକୁ ତୃଣମୂଳସ୍ତରରୁ ସଂଘଠନ କୁ କ୍ରିୟାଶୀଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡ଼ିଶା ଗଠନ ଆହ୍ବାନକୁ ସଫଳ କରିବା ସହ ଛାତ୍ର ମାନଙ୍କ ଭୂମିକା କୁ କିପରି ସୁଦୃଢ଼ କରିବାକୁ ହେବ। ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.