ଦୁନିଆର ସବୁଠୁ ବଡ ପରିବାରର ମୁଖିଆଙ୍କ ପରଲୋକ

0

ଆଇଜଲ୍‌ : ବିଶ୍ୱର ସର୍ବବୃହତ ପରିବାରର ମୁଖିଆ ମାନ୍ୟତା ପାଇଥିବା ମିଜୋରାମ ନିବାସୀ ଜିଓନା ଚାନାଙ୍କର ୭୬ ବର୍ଷ ବୟସରେ ପରଲୋକ ଘଟିଛି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ୱିଟର ଜରିଆରେ ଜିଓନାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକପ୍ରକାଶ କରିଛନ୍ତି । ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଜିଓନା କିଛି ଦିନ ହେବ ରାଜଧାନୀ ଆଇଜଲ୍‌ର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ଜିଓନାଙ୍କ ପରିବାରରେ ୩୯ ଜଣ ପତ୍ନୀ, ୯୪ ସନ୍ତାନ, ୩୩ ନାତିନାତୁଣୀ ଓ ଗୋଟିଏ ଅଣନାତି ଏକାଠି ବାସ କରୁଥିଲେ ।୧୯୪୫ ଜୁଲାଇ ୨୧ରେ ତାଙ୍କର ଜନ୍ମ । ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିବାବେଳେ ସେ ତାଙ୍କଠାରୁ ୩ବର୍ଷ ବଡ ଜାଥିଆଙ୍ଗ୍‌ ନାମକ ଯୁବତୀଙ୍କୁ ପ୍ରଥମ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜଣକ ପରେ ଜଣେ ମହିଳାଙ୍କୁ ବିବାହ କରି ପରିବାର ବୃଦ୍ଧିି କରିଥିଲେ । ଗୋଟିଏ ବର୍ଷ ସେ ସର୍ବାଧିକ ୧୦ ଜଣଙ୍କୁ ବିବାହ କରିଥିଲେ । ପୃଥକ ପ୍ରକୋଷ୍ଠରେ ତାଙ୍କର ପୁଅ, ବୋହୁ ଓ ନାତିନାତୁଣି ବାସ କରୁଥିଲେ ସୁଦ୍ଧା ସମସ୍ତଙ୍କ ପାଇଁ ଏକାଠି ରୋଷେଇ ହେଉଥିଲା । ୩୯ ପତ୍ନୀଙ୍କ ମଧ୍ୟରୁ ୨୨ ଜଣଙ୍କ ବୟସ ୪୦ରୁ କମ ହୋଇଥିବାବେଳେ ସେମାନେ ଜିଓନାଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠକୁ ଲାଗିଥିବା ଏକ ଡର୍ମିଟୋରିରେ ବାସ କରୁଥିଲେ । ପ୍ରଥମ ପତ୍ନୀ ଜାଥିଆଙ୍ଗ ଘରର ସବୁ କଥା ବୁଝୁଥିବାବେଳେ ଅନ୍ୟ ସମସ୍ତେ ତାଙ୍କୁ ଗୃହକର୍ତ୍ତୀଙ୍କ ସମ୍ମାନ ଦେଉଥିଲେ । ୨୦୧୧ରେ ଆମେରିକୀୟ ଟେଲିଭିଜନ ଶୋ’ ରେ ଏକ କାର୍ଯ୍ୟକ୍ରମରେ ଜିଓନାଙ୍କ ପରିବାର ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜିଓନା ପ୍ରତ୍ୟେକ ସଦସ୍ୟଙ୍କ ନାମ ମନେ ରଖିଥିଲେ ।

Leave A Reply

Your email address will not be published.

one × two =