ସଂସଦ ଭବନ ପ୍ରକୋଷ୍ଠରୁ ବାଜପେୟୀଙ୍କ ନାମଫଳକ ହଟିଲା

0

ନୂଆଦିଲ୍ଲୀ : ଦୀର୍ଘ ୧୭ ବର୍ଷ ପରେ ସଂସଦ ଭବନର ଏକ ପ୍ରକୋଷ୍ଠରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମଫଳକକୁ ହଟାଇ ଦିଆଯାଇଛି । ସୂଚନାଯୋଗ୍ୟ ୨୦୦୪ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ସଂସଦ ଭବନର ୪ ନମ୍ବର ପ୍ରକୋଷ୍ଠ ସରକାରୀଭାବେ ପ୍ରଦାନ କରାଯାଇଥିଲା । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାର କ୍ଷମତାରେ ଥିଲେ ସୁଦ୍ଧା ଉକ୍ତ ପ୍ରକୋଷ୍ଠରୁ ବାଜପେୟୀଙ୍କ ନାମଫଳକ ହଟାଯାଇନଥିଲା । ଏପରିକି ୨୦୧୮ରେ ବାଜପେୟୀଙ୍କ ସ୍ୱର୍ଗବାସ ପରେ ମଧ୍ୟ ପ୍ରକୋଷ୍ଠ ସମ୍ମୁଖରେ ଏହି ନାମଫଳକ ପୂର୍ବଭଳି ଝୁଲୁଥିଲା । ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଲାଲକୃଷ୍ଣ ଆଡ୍‌ଭାନୀ ଏହି ପ୍ରକୋଷ୍ଠକୁ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବ୍ୟବହାର କରିଆସୁଥିଲେ । ତେବେ ବାଜପେୟୀଙ୍କ ନାମଫଳକ ତଳେ ଆଡଭାନୀଙ୍କ ନାମଫଳକ ଲଗାଯାଇଥିଲା । ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ କରିଥିଲେ ସୁଦ୍ଧା ଆଡ୍‌?ଭାନୀ କିମ୍ବା ମୁରଲୀ ମନୋହର ଯୋଶୀଙ୍କ ଭଳି ପୁରୁଖା ବିଜେପି ନେତାଙ୍କୁ ଦଳୀୟ ବ୍ୟାପାରରୁ ଦୂରେଇ ରଖାଯାଇଥିଲା । ସେହି ସମୟରେ ୪ ନମ୍ବର ପ୍ରକୋଷ୍ଠରୁ ଆଡଭାନୀଙ୍କ ନାମଫଳକୁ ହଟାଇ ଦିଆଯାଇଥିଲା ।

Leave A Reply

Your email address will not be published.