ଆଜି ଭାରତ ବନ୍ଦ୍

0

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ଏହି ଭାରତ ବନ୍ଦ ପାଳନ ହେବ ବୋଲି ଚାଷୀ ସଙ୍ଗଠନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି । ଚାଷୀ ସଙ୍ଗଠନଗୁଡ଼ିକର ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଏଏପି, ବାମ ଦଳ, ଆର୍‌ଜେଡ଼ି ଓ ତେଲୁଗୁ ଦେଶମ ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନ ସମର୍ଥନ କରୁଥିବାରୁ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରେ ।

ଭାରତ ବନ୍ଦ ସମୟରେ ସରକାରୀ ଓ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଶିଳ୍ପ କାରଖାନା, ଦୋକାନ ବଜାର ଆଦି ବନ୍ଦ ରହିବା ସହ ସାରା ଦେଶରେ ଗାଡ଼ି ମୋଟର ଚଳାଚଳ ବନ୍ଦ କରାଯାଇ ଚକାଜାମ୍‌ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ । ହସ୍ପିଟାଲ, ଔଷଧ ଦୋକାନ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ କେହି ବି ବାଧା ଦେବନି । ଜରୁରୀ କାମରେ ନିୟୋଜିତ ଲୋକଙ୍କୁ ମଧ୍ୟ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେ । ଭାରତ ବନ୍ଦ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ମୋର୍ଚ୍ଚା କହିଛି । ଆମ୍ବୁଲାନ୍ସ ସେବା ପୂୂର୍ବଭଳି ଜାରି ରହିବ ।

ଅନ୍ୟପଟେ ଭାରତ ବନ୍ଦକୁ ଆଖି ଆଗରେ ରଖି ଆଇନଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲା ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରିତିକର ପରିସ୍ଥିତି ଏଡ଼ାଇବା ପାଇଁ ସତର୍କ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ଅଫିସ୍‌ ଟାଇମ୍‌ର ବହୁ ପୂର୍ବରୁ ଅଫିସ୍‌ ଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱର ଓ କଟକରେ ଏହି ବନ୍ଦ ପାଳନର ବିଶେଷ ପ୍ରଭାବ ପଡ଼ିପାରେ ।

Leave A Reply

Your email address will not be published.

four × 5 =