ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ଅଣ୍ଡା

0

ଭୁବନେଶ୍ୱର: ପ୍ରୋଟିନର ଅନ୍ୟତମ ଉତ୍ସ ହେଉଛି ଅଣ୍ଡା । ଏଥିରେ ନୁ୍ୟଟ୍ରିଏଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁମାନେ ଏହାକୁ ପ୍ରତିଦିନ ଖାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍ ଡି ଓ ଭିଟାମିନ୍ ବି-୨ର ଅଭାବ ରହିନଥାଏ ।
ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ କୋଲଷ୍ଟ୍ରଲ ପରିମାଣ ସନ୍ତୁଳିତ ରହିଥାଏ ।

ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହେବା ସହିତ ହୃତପିଣ୍ଡ ଓ ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରିଥାଏ ବୋଲି ଗବେଷଣାରୁ ଜଣାପଡିଛି ।

ଏହା ସହିତ ଅଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥିବାରୁ ଏହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିବା ସହ ଶରୀର ଓଜନ ନିୟନ୍ତ୍ରଣ କରିଥାଏ ।

ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରେ ସିଝା ଅଣ୍ଡା । ଏଥିପାଇଁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସିଝା ଅଣ୍ଡା ସାମିଲ କରି ପାରିବେ ।

ହାଡକୁ ଶକ୍ତ କରିବା ପାଇଁ ପ୍ରତିଦିନ ସିଝା ଅଣ୍ଡା ସେବନ କରି ପାରିବେ ।

ଆଖିକୁ ସୁସ୍ଥ ରଖିବା ସହିତ, କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୁଏ ଅଣ୍ଡା ।

ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ସିଝା ଅଣ୍ଡାର କେଶରକୁ ବାହାର କରି , କେବଳ ଧଳା ଅଂଶ ସେବନ କରି ପାରିବେ ।

Leave A Reply

Your email address will not be published.

14 − 12 =