ବିସିସିଆଇିର ବଡ ଘୋଷଣା: ଆରମ୍ଭ ହେବ ରଣଜୀ

0

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବଡ ଘୋଷଣା । ୨୦୨୧-୨୨ ସିଜିନ ପାଇଁ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କରିଛି । ଘରୋଇ ସିଜିନ ସେପ୍‌ଟେମ୍ବର ୨୧ରୁ ସିନିୟର ମହିଳା ଦିନିକିଆ ଲିଗରୁ ଆରମ୍ଭ ହେବ । ଏହା ପରେ ଅକ୍ଟୋବର ୨୭ରୁ ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ । ସୈୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ ଅକ୍ଟୋବର ୨୦ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମ୍ୟାଚ ନଭେମ୍ବର ୧୨ରେ ଖେଳାଯିବ । ଚଳିତବର୍ଷ ରଣଜୀ ଟ୍ରଫି ନଭେମ୍ବର ୧୬ରୁ ଆରମ୍ଭ ହୋଇ ୩ ମାସ ପର୍ଯ୍ୟନ୍ତ ଚାଲିବ । ଏହା ପରେ ବିଜୟ ହଜାରେ ଟ୍ରଫି ୨୦୨୨ ଫେବୃଆରୀ ୨୩ରୁ ମାର୍ଚ୍ଚ ୨୬ ଯାଏଁ ଖେଳାଯିବ । ଏହି ସିଜିନରେ ପୁରୁଷ ଓ ମହିଳା ଦଳର ବିଭିନ୍ନ ବର୍ଗରେ ମୋଟ ୨୧୨୭ ଘରୋଇ ମ୍ୟାଚ ଖେଳାଯିବ । ବିସିସିଆଇ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସହିତ ଘରୋଇ ସିଜିନର ସଫଳ ଆୟୋଜନ ନେଇ ଆଶାବାଦୀ ରହିଛି । କୋଭିଡ-୧୯ କାରଣରୁ ଗତ ସିଜିନରେ କେବଳ ବିଜୟ ହଜାରେ ଟ୍ରଫି ଓ ସୈୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ ହୋଇ ପାରିଥିଲା । ଏହା ପରେ ବୋର୍ଡ ଚଳିତବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ତିନି ଫର୍ମାଟର ସିରିଜ ସଫଳତା ପୂର୍ବକ ଆୟୋଜନ କରିଥିଲା । ମାତ୍ର ଏହା ପରେ ପୁଣି ଥରେ ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.

four × one =