ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ୍‌

0

ଆଜି ଭୁବନେଶ୍ୱର ସହରରୁ ଆଉ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୭ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୪୯ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୬ ବିଏମ୍‌ସି ଅଞ୍ଚଳରୁ। ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ ୯ ବାୟାବାବା ବସ୍ତିରୁ ୯ ଜଣ, ୮ ଜଣ ପୁଲିସ କର୍ମଚାରୀ, ଖଣ୍ଡଗିରି ତପୋବନ ବସ୍ତିରୁ ୬, ବଡ଼ଗଡ଼ ବ୍ରିଟ କଲୋନିରୁ ୪, ଆଇଗିଣିଆରୁ ୩, ଓଲଡ ଟାଉନରୁ ୩, ନୟାପଲ୍ଲୀ ନୂଆସାହିରୁ ୩, ବରମୁଣ୍ଡାରୁ ୩, ଡୁମୁଡୁମାରୁ ୪, ଭରତପୁରରୁ ୩, ନୀଳାଦ୍ରି ବିହାରରୁ ୨ ମିଡିଆ ହାଉସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଆଜି ୧୩୩ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୮୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୬୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୭୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.