ରାଜଧାନୀ ଭୁବନେଶ୍ୱରରେ ୨୧ରୁ ଗର୍ଭବତୀଙ୍କୁ ଟିକା

0

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): (ରିପୋଟର୍ସ ପେନ୍‌): ଗର୍ଭବତୀଙ୍କ ପାଇଁ ଆସନ୍ତା ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ । ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍‌ସି ଓ ୟୁସିଏଚସିରେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ । ସପ୍ତାହରେ ଦୁଇ ଦିନ- ବୁଧବାର ଓ ଶନିବାର ଟିକା ଦିଆଯିବ । ଏହି ଦିନ କେବଳ ଦିନ ୧୧ଟାରୁ ୧ଟା ମଧ୍ୟରେ ସେମାନଙ୍କୁ ଟିକା ଦିଆଯିବ । ସେଠାରେ ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ ।

Leave A Reply

Your email address will not be published.

5 − 1 =