ବିବାହ ବିଚ୍ଛେଦ ମାମଲା: ମଧ୍ୟସ୍ଥତା କେନ୍ଦ୍ରକୁ ବର୍ଷା ଆସିଲେନି, ଅନୁଭବ ନିରାଶ

0

ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର କୋର୍ଟରେ ହାଜର ହୋଇନାହାନ୍ତି ବର୍ଷା । ଫଳରେ ଅନୁଭବଙ୍କୁ ନିରାଶ ହେବାକୁ ପଡିଛି । କଟକର ପାରିବାରିକ ଅଦାଲତରେ ଉଭୟଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଥିଲା । ପୂର୍ବ ନିର୍ଦ୍ଦେଶ ମୁତାବକ କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ବର୍ଷାଙ୍କୁ ହାଜର ହେବାକୁ କୁହାଯାଇଥିଲା, ମାତ୍ର ବର୍ଷା ଆସିନଥିଲେ । ଏଥିରେ ନିରାଶ ହୋଇ ଅନୁଭବ ଦର୍ଶାଇଥିଲେ ଯେ ଏହି ମାମଲାକୁ ଜାଣିଶୁଣି ବର୍ଷା ବିଳମ୍ବ କରୁଛନ୍ତି । ସୋସିଆଲ ମିଡିଆରେ ରହିବାକୁ ତାଙ୍କୁ ସମୟ ମିଳୁଥିବାବେଳେ କୋର୍ଟରେ ହାଜର ହେବାକୁ ସେ କାହିଁକି ସମୟ ଦେଇନାହାନ୍ତି ବୋଲି ଅନୁଭବ ଦର୍ଶାଇଥିଲେ ।

Leave A Reply

Your email address will not be published.

3 × 3 =