ଲକ୍‌ଡାଉନ୍ ଅଞ୍ଚଳରେ ଏହି ସମୟରେ ଖୋଲିବ ବ୍ୟାଙ୍କ

0

ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। କାଲିଠୁ ୩୧ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ଓ ରାଉରକେଲାରେ ୧୪ ଦିନିଆ ଲକଡାଉନ୍ ଜାରି କରାଯାଇଛି। ଏହି ଅଞ୍ଚଳରେ ଥିବା ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଅତ୍ୟଧିକ କରୋନା ସଂକ୍ରମଣ ପାଇଁ ଲକଡାଉନରେ ଥିବା ଏହି ୪ ଜିଲ୍ଲା ସମେତ ରାଉରକେଲାରେ ବ୍ୟାଙ୍କି ସମୟରେ ପରିବର୍ତ୍ତନ କରାଯାଇଛି। ବ୍ୟାଙ୍କ ସକାଳୁଆ ହେବ। ସକାଳ ୮ଟାରେ ଖୋଲି ଅପରାହ୍ନ ୨ଟାରେ ବନ୍ଦ ହେବ। ଗ୍ରାହକମାନେ ଅପରାହ୍ନ ଗୋଟାଏ ଯାଏ ନିଜ କାରବାର କରିପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହା ସହିତ ଭିଡ଼କୁ ଏଡ଼ାଇବା ପାଇଁ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଆଗରୁ ବ୍ୟାଙ୍କଗୁଡ଼ିକ ୨୫ ପ୍ରତିଶତ କର୍ମଚାରୀରେ କାମ କରିବେ ବୋଲି କୁହାଯାଇଥିବା ବେଳେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଫଳରେ ଗ୍ରାହକଙ୍କ ମଧ୍ୟରେ ଓ ଗ୍ରାହକ-କର୍ମଚାରୀଙ୍କ ମଧ୍ୟରେ ଦୂରତ୍ୱ ରହିପାରିବ। ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ। ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ ଜୁଲାଇ ୩୧ ଯାଏ ଲକଡାଉନ୍ ଘୋଷଣା କରାଯାଇଛି।

Leave A Reply

Your email address will not be published.

19 + 1 =