ବେଙ୍ଗାଲୁରୁ ଷ୍ଟେସନରେ ଆକ୍ୱାରିୟମ ଉଦଘାଟିତ

0

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହରର ପ୍ରମୁଖ ରେଳଷ୍ଟେସନରେ ଏକ ଆକ୍ୱାରିୟମ ଉଦଘାଟିତ ହୋଇଛି । ଷ୍ଟେସନରେ ଅପେକ୍ଷାରତ ଯାତ୍ରୀ ବିଶେଷକରି ପିଲାମାନେ ଏହି ଆକ୍ୱାରିୟମ ପରିଦର୍ଶନ କରି ସମୟ ଅତିବାହିତ କରିପାରିବେ ବୋଲି ରେଳବାଇ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି । ଭାରତର କୌଣସି ରେଳଷ୍ଟେସନରେ ଏଭଳି ଆକ୍ୱାରିୟମ ପ୍ରଥମ ଥର ସ୍ଥାପନ କରାଯାଇଛି । ଟନେଲ ସଦୃଶ ୧୨ ଫୁଟ ଲମ୍ବର ଏହି ଆକ୍ୱାଟିକ ପାର୍କରେ ୧୨୦ ପ୍ରଜାତିର ବିରଳ ମାଛ ରଖାଯାଇଛି । ଏଥିରୁ ଅଧିକାଂଶ ବିଦେଶରୁ ଆମଦାନୀ କରାଯାଇଛି । ଏଥିପାଇଁ ପ୍ରବେଶ ଶୁଳ୍କ ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.

4 × two =