ରାମଦେବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

0

ନିକଟ ଅତୀତରେ କୋଭିଡ ଚିକିତ୍ସା ପଦ୍ଧତି ଓ ଏଲୋପ୍ୟାଥି ଔଷଧକୁ ତୀବ୍ର ସମାଲୋଚନା କରିଥିବାରୁ ରାମଦେବଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏତଲା ଦାଏର କରାଯାଇଛି । ତେଣୁ ତାଙ୍କ ବିରୋଧରେ ଆଗତ ସବୁ ମାମଲାର ଶୁଣାଣି ଦିଲ୍ଲୀକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେବାକୁ ସେ ପିଟିସନରେ ପ୍ରାର୍ଥନା କରିଛନ୍ତି । କୋଭିଡର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ରାମଦେବ ଏକ ଭିିଡିଓ ବାର୍ତ୍ତାରେ ଚିକିତ୍ସା ପଦ୍ଧତିକୁ ସମାଲୋଚନା କରିବା ସହ ଏଲୋପ୍ୟାଥିକୁ ଷ୍ଟୁପିଡ ସାଇନ୍ସ ବୋଲି ଆକ୍ଷେପ କରିଥିଲେ । ତେବେ ଏଭଳି ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ପ୍ରତିକିୟା ପ୍ରକାଶ ପାଇବାପରେ ରାମଦେବ କ୍ଷମାଭିକ୍ଷା ମଧ୍ୟ କରିସାରିଛନ୍ତି । ଏହାସତ୍ତେ୍ୱ ବିଭିନ୍ନ ଥାନାରେ ତାଙ୍କ ନାମରେ ଏତଲା ଦାଏର କରାଯାଇଥିବାବେଳେ ତାଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି । ସୂଚନାଯୋଗ୍ୟ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପତଞ୍ଜଳି ଆଶ୍ରମ ପକ୍ଷରୁ ପ୍ରସ୍ତୁତ ‘କରୋନିଲ’ ଔଷଧକୁ ଭାରତୀୟ ଡାକ୍ତରୀ ସଂଘ ଆଇଏମଏ ପ୍ରତ୍ୟାଖ୍ୟାନ କରିବାପରେ ରାମଦେବ ପ୍ରତିକ୍ରିୟାଶୀଳ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.

3 × five =