ଅଯୋଧ୍ୟାରେ ଜମି ଦୁର୍ନୀତି ମାମଲା: ଜବାବ ରଖିଲା ରାମ ମନ୍ଦିର ଟ୍ରଷ୍ଟ

0

ଅଯୋଧ୍ୟା: ମାତ୍ର ୧୦ ମିନିଟ ଭିତରେ ୨ କୋଟି ଟଙ୍କା ଜମିର ମୂଲ୍ୟ ୧୮.୫ କୋଟିରେ ପହଞ୍ଚିବା ଓ ଏହାକୁ ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ କିଣିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏକାଧିକ ରାଜନୀତିକ ଦଳ ଅଯୋଧ୍ୟାରେ ଟ୍ରଷ୍ଟର ଜାଣତରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିବାଦ ବର୍ତ୍ତିବାରୁ ଅଯୋଧ୍ୟା ମନ୍ଦିର ଟ୍ରଷ୍ଟ ଏହାର ଜବାବ ରଖିଛି । ଜମି କିଣାରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଓ ସବୁକିଛି ପ୍ରୋଟକଲ ଅନୁସାରେ ହୋଇଥିବା ଟ୍ରଷ୍ଟ କହିଛି । ବିଶ୍ୱ ହିନ୍ଦୁ ପରିଷଦର ନେତା ତଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମ୍ପାଦକ ଚମ୍ପତି ରାୟ ଏକାଧିକ ଟ୍ୱିଟ ଜରିଆରେ ଆର୍ଥିକ କାରବାରକୁ ଯର୍ଥାଥ ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି, ଟ୍ରଷ୍ଟ ସମସ୍ତ ପ୍ରକାରର ନେଣଦେଶ ସ୍ୱଚ୍‌ଛତାର ସହ କରିଛି । ଧାର୍ଯ୍ୟ ପ୍ରୋଟକଲ ଅନୁଯାୟୀ ଜମି କିଣା ବାବଦର ସମସ୍ତ ଅର୍ଥ ସିଧା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । କେବଳ ରାଜନୀତିକ ଓ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଦୁର୍ନୀତିର ଅଭିଯୋଗ ଅଣାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ଉତ୍ତର ପ୍ରଦେଶରେ ଏକ ବଡ ପ୍ରସଙ୍ଗ । ଆସନ୍ତାବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପରି ଅଭିଯୋଗ ଆସିବା ସ୍ୱାଭାବିକ । ମନ୍ଦିର ସହ ରାମ ମନ୍ଦିର କମ୍‌ଲେକ୍ସକୁ ଟ୍ରଷ୍ଟ ନିଜ ହାତକୁ ନେଇଛି । ଯଦି ଏହାଦ୍ୱାରା କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ବେଘର ହୁଅନ୍ତି, ତା’ହେଲେ ସେମାନଙ୍କର ଥଇଥାନର ବ୍ୟବସ୍ଥା କରାଯିବ । ଏହି କାରଣ ପାଇଁ ୧୨,୦୮୦ ସ୍କ?ୟେର ମିଟିର ଜମି ଟ୍ରଷ୍ଟ ପକ୍ଷରୁ କିଣାଯାଇଛି । ଏହା ମୁଖ୍ୟ ଜମି ଓ ଏହା ଅଯୋଧ୍ୟାର ରେଳବାଇ ଷ୍ଟେସନ ପାଖରେ ରହିଛି । ଜମି କିଣାରେ କୌଣସି ପ୍ରକାରର ଦୁର୍ନୀତି ହୋଇ ନଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, ରବିବାର ସପା ଓ ଆପ୍‌? ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦୁଇ ଜଣ ରିୟଲିଷ୍ଟେଟ ବ୍ୟବସାୟୀ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଜମିକୁ ୨ କୋଟି ଟଙ୍କାରେ କିଣିଥିଲେ । ଏହାର କିଛି ମିନିଟ ମଧ୍ୟରେ ଏହାକୁ ୧୮.୫ କୋଟି ଟଙ୍କାରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ବିକ୍ରି କରିଦେଇଥିଲେ । କଂଗ୍ରେସ ମଧ୍ୟ ପୂରା ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରିବାକୁ ଦାବି କରିଛି ।

Leave A Reply

Your email address will not be published.