ଆଠଗଡ଼ରୁ ଉଦ୍ଧାର ହେଲା ୩ କେଜି ଓଜନର ବଜ୍ରକାପ୍ତା

0

ଆଠଗଡ଼ : ଆଠଗଡ଼ରୁ ଏକ ୩ କେଜିର ବଜ୍ରକାପ୍ତାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି । ଆଠଗଡ଼ ସବଡ଼ିଭିଜନ ବନଖଣ୍ଡର ଆଠଗଡ଼ ରେଞ୍ଜର ଲକ୍ଷ୍ମୀ ନାରାୟଣ ପୁର (ଶୋଲଗାଡିଆ) ଗ୍ରାମର ପ୍ରଣୟ ପ୍ରଧାନଙ୍କ ବାରିପଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ମିଳିଥିଲା । ସେହି ଗ୍ରାମର ଯୁବକମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଗାଁର ମଣ୍ଡପକୁ ଆଣି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ମୋବାଇଲ ସ୍କ୍ୱାର୍ଡ ରେଞ୍ଜର ସୁରେଶ କୁମାର ଷଡଙ୍ଗୀଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନବିଭାଗର କାର୍ଯ୍ୟାଳୟକୁ ଆଣିଥିଲେ । ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୩ କେଜି ଓଜନର ଉକ୍ତ ମାଈ ବଜ୍ରକାପ୍ତାର ଡ଼ାକ୍ତରୀ ପରୀକ୍ଷା ପରେ ତାକୁ ବଡ଼ମ୍ବା ରେଞ୍ଜର ଗିରିମି ଖୋଲ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

nineteen + two =