ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ

0

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ । ଆଜି ନିଜ କାର୍ଯ୍ୟାଳୟ ଆସି ନେଲେ ଦାୟିତ୍ବ । ଦାୟିତ୍ବ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ ।

ଅଶ୍ବିନୀ ବୈଷ୍ଣବ କହିଛନ୍ତି ‘ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭିଜନ ରହିଛି । ଭାରତୀୟ ରେଳବାଇ ହେଉଛି ସାଧାରଣ ଲୋକଙ୍କ ଜୀବନ ରେଖା । ସମସ୍ତ ଲୋକ ଯେଭଳି ଆହୁରି ଉନ୍ନତ ସେବା ପାଇପାରିବେ ସେଥି ପ୍ରତି କାମ କରିବି । ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଥିବା ଭିଜନ ଓ ମିଶନକୁ ସଫଳ କରିବା ପାଇଁ କାମ କରିବି’ ।

ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବଅଶ୍ବିନୀ ବୈଷ୍ଣବ କହିଛନ୍ତି ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭିଜନ ରହିଛି । ଭାରତୀୟ ରେଳବାଇ ହେଉଛି ସାଧାରଣ ଲୋକଙ୍କ ଜୀବନ ରେଖା । ସମସ୍ତ ଲୋକ ଯେଭଳି ଆହୁରି ଉନ୍ନତ ସେବା ପାଇପାରିବେ ସେଥି ପ୍ରତି କାମ କରିବି । ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଥିବା ଭିଜନ ଓ ମିଶନକୁ ସଫଳ କରିବା ପାଇଁ କାମ କରିବି ।

ଦାୟିତ୍ବ ଗ୍ରହଣ ପରେ ରେଳ ମନ୍ତ୍ରଣାଳୟର ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ତେବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀଙ୍କୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ୨୦୧୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ପ୍ରଥମ ଥର ସାଂସଦ ହୋଇଥିବା ବେଳେ ପ୍ରଥମ ଥର କ୍ୟାବିନେଟରେ ମଧ୍ୟ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.

2 × four =