ବାୟୁସେନା ଘାଟି ଛାଡିଲେ ଆମେରିକୀୟ ସେନା

0

ଆଫଗାନିସ୍ତାନ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପ୍ରାୟ ଶେଷ ହୋଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ଅନୁସାରେ ସେପ୍‌ଟେମ୍ବର ୧୧ ତାରିଖ ସୁଦ୍ଧା ସମସ୍ତ ଆମେରିକୀୟ ପୁରା ସେନାଙ୍କ ପ୍ରତ୍ୟାହାର ହୋଇଯିବ ବୋଲି କୁହାଯାଇଛି । ପ୍ରାୟ ୪୦ ବର୍ଷ ପରେ ବଗରାମ ଏୟାର ଫିଲ୍ଡ ଛାଡୁଛି ଆମେରିକା । ଏହି ଦିନ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୁରିଯିବ । ସେହି ସ୍ଥାନରୁ ଧୀରେ ଧୀରେ ସେନା ପ୍ରତ୍ୟାହାର ଆରମ୍ଭ ହେଉଥିବା ଖବର ଆସୁଛି । ଆଫଗାନିସ୍ତାନରେ ଏବେ ୨୫୦୦ରୁ ଅଧିକ ଆମେରିକା ସେନା ୭ ହଜାର ନାଟୋ ସେନା ମୁତୟନ ଅଛନ୍ତି । ତେବେ ଆମେରିକାର ନାଟୋ ସୈନିକମାନେ ଶେଷଥର ପାଇଁ କାବୁଲର ୫୦ କିଲୋମିଟର ଦୂରରେ ଥିବା ଏୟାରବେସ ଛାଡିଥିବାର କହିଛନ୍ତି ।

Leave A Reply

Your email address will not be published.

five × 4 =