ଦୁଇ ବର୍ଷର ହିସାବ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

0

ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିକାଶମୂଳକ କାର୍ଯ୍ୟକ୍ରମ, ଜନ ଶୁଣାଣି, ସଂସଦୀୟ ଅଂଶଗ୍ରହଣ ଭଳି ବିଭିନ୍ନ ଦିଗରେ ନିଜ କାର୍ଯ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି ସାଂସଦ । ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତରେ ଏନଏଏଚଆଇ ୧୧୪ କୋଟି ପ୍ରକଳ୍ପକୁ ଏହି ଭିତରେ ଅନୁମୋଦନ ମିଳିଛି । ଏଥିରେ ହଂସପାଳ ଫ୍ଳାଏଓଭର, ୩ଟି ଭେଇକେଲ୍‌ ଅଣ୍ଡର ପାସ୍‌, ୩ଟି ପୋଲ୍‌ ରହିଛି । ଲମ୍ବା ସମୟ ଧରି ପଡ଼ି ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଡ୍ରେନ୍‌, କଲଭର୍ଟ, କେନାଲର ନିର୍ମାଣ ପାଇଁ ୫୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅପରାଜିତା କହିଛନ୍ତି । ସେହିଭଳି ଗତ ବର୍ଷକ ଭିତରେ ୨ ହଜାର ୧୫୦ ଜଣଙ୍କ ଅଭିଯୋଗ ଶୁଣାଣି ହୋଇ ୨୧୦୬ଟି ଅଭିଯୋଗର ଫୈସଲା ହୋଇଛି । କେହି ବି ତାଙ୍କୁ ଅଭିଯୋଗ ଦେଲେ ଏହାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ଏପରି ଅଭିଯୋଗ ଶୁଣାଣି ବ୍ୟବସ୍ଥା ସବୁ ସରକାରୀ ଅଫିସରେ ରହିବା ଜରୁରୀ ବୋଲି ସେ କହିଛନ୍ତି । ଚଗ ରିଲିଫ୍‌ ଫଣ୍ଡ ଦ୍ୱାରା ୨୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଲୋକଙ୍କୁ କରାଯାଇଛି । ଲୋକସଭାରେ ୭ଟି ବିତର୍କରେ ୩୭ଟି ପ୍ରଶ୍ନ ଉପସ୍ଥାପନ କରି ଭୁବନେଶ୍ୱର ଲୋକସଭା କ୍ଷେତ୍ର ଲୋକଙ୍କ ପ୍ରସଙ୍ଗ ଉଠାଯାଇଛି । କେନ୍ଦ୍ର ସରକାରଙ୍କ ପାଖରେ ଲୋକଙ୍କ ବିକାଶ ଓ ଦାବିକୁ ସେ ଉଠାଇଛନ୍ତି । କେନ୍ଦ୍ର ସରକାର ରାଜ୍ୟର ସହାୟତା ପାଇଁ ସବୁବେଳେ ତର୍ପର ଥିବା ଆଜି ଏକ ପ୍ରେସମିଟରେ ସାଂସଦ ଅପରାଜିତା କହିଛନ୍ତି । ତାଙ୍କ ରିପୋର୍ଟ କାର୍ଡର ଏକ ପୁସ୍ତିକା ସେ ଏହି ଅବସରରେ ଉନ୍ମୋଚନ କରିଛନ୍ତି ।

Leave A Reply

Your email address will not be published.

3 × five =