ଜାମ୍ମୁ ଏୟାରବେସରେ ଲାଗିଲା ଆଣ୍ଟି-ଡ୍ରୋନ ସିଷ୍ଟମ

0

ଜାମ୍ମୁ : ଜାମ୍ମୁ ଏୟାରପୋର୍ଟରେ ଡ୍ରୋନ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଡ୍‌ରୋନ ଆକ୍ରମଣରୁ ରକ୍ଷା ପାଇବାକୁ ଆଣ୍ଟି ଡ୍ରୋନ ସିଷ୍ଟମ ଏବଂ ଜାମର ଜାମ୍ମୁ ଏୟାରପୋର୍ଟରେ ଲଗାଯାଇଛି । ଏଗୁଡିକୁ ଆକାଶ ମାର୍ଗରେ ଠାବ କରି ଧ୍ୱଂସ କରିବାକୁ ଏବେ ଜମ୍ମୁରେ ଥିବା ଭାରତୀୟ ବାୟୁସେନା ଷ୍ଟେସନରେ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି । ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି ଆଣ୍ଟି ଡ୍‌ରୋନ ସିଷ୍ଟମର ରାଡରକୁ ଯେକୌଣସି ସନ୍ଦିଗ୍ଧ ଡ୍‌ରୋନ ଆସିବା କ୍ଷଣି ଏହା ସୂଚନା ଦେବ । ସେହିପରି ଏହାକୁ ଧ୍ୱଂସ କରିବାର କ୍ଷମତା ମଧ୍ୟ ଏହି ସିଷ୍ଟମରେ ରହିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ଏନଏସଜି ପକ୍ଷରୁ ଆଣ୍ଟି ଡ୍‌ରୋନ ସିଷ୍ଟମ ଖଞ୍ଜାଯାଇଛି । ଏହା ସହିତ ଆଣ୍ଟି ଡ୍ରୋନ ଗନ ମୁତୟନ ହୋଇଛି । ଏହା ସାହାଯ୍ୟରେ କୌଣସି ଶତ୍ରୁ ପକ୍ଷ ଡ୍‌ରୋନକୁ ମାତ ଦେଇହେବ । କୌଣସି ବିପଦରୁ ରକ୍ଷା କରିବାରେ ଏହି ସିଷ୍ଟମ ସକ୍ଷମ । ଏଥିରେ ରଡିଓ ଫ୍ରିକବେନ୍ସି ଡିଟେକ୍ଟର ଏବଂ ସଫ୍ଟ ଜାମର ମଧ୍ୟ ଲଗାଯାଇଛି ।

Leave A Reply

Your email address will not be published.

sixteen + sixteen =