ତିରୁପତି ମନ୍ଦିରକୁ ସୁରକ୍ଷା ଦେବ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି

0

ତିରୁପତି: ଦେଶର ପ୍ରଥମ ମନ୍ଦିର ଭାବେ ତିରୁମାଲା ତିରୁପତି ଦେବସ୍ଥାନମ ପାଇଁ DRDO ଦ୍ବାରା ପ୍ରସ୍ତୁତ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି । ତିରୁମାଲା ସ୍ଥିତ ଭଗବାନ ଭେଙ୍କଟେଶ୍ବରଙ୍କ ମନ୍ଦିରର ସୁରକ୍ଷା ପାଇଁ ଏହାକୁ ଲଗାଯିବ ।

ଜୁନରେ ଜମ୍ମୁ ସ୍ଥିତ ବାୟୁସେନା ବେସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଡ୍ରୋନର ବ୍ୟବହାର ହୋଇଥିଲା, ଯାହାପରେ ଜୁଲାଇ ୬ ତାରିଖରେ DRDO କର୍ଣ୍ଣାଟକ କୋଲାର ଠାରେ ଏହାର ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲା ।
ଦେଶର ବିଭିନ୍ନ ପୋଲିସ ବିଭାଗ ସହ ତିରୁମାଲା ତିରୁପତି ମନ୍ଦିର ଟ୍ରଷ୍ଟର ଭିଜିଲାନ୍ସ ଓ ସୁରକ୍ଷା ବିଭାଗ ମୁଖ୍ୟ, ଗୋପିନାଥ ଜଟ୍ଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚିହ୍ନଟ , ବାଧାଦେବା , କାଉଣ୍ଟର କରିବା ଭଳି କ୍ଷମତା ଥିବା DRDO ଦ୍ବାରା ନିର୍ମିତ ଗୋଟିଏ ଆଣ୍ଟି ଡ୍ରୋନ ସିଷ୍ଟମର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା । କିନ୍ତୁ ଯଦି ୧୦୦ରୁ ଅଧିକ ସିଷ୍ଟମ ପାଇଁ ଅର୍ଡର ଦିଆଯାଏ ତେବେ ଏହା ଗୋଟାକୁ ୨୨ କୋଟି ଟଙ୍କାରେ ଉପଲବ୍ଧ ହେବ ।

Leave A Reply

Your email address will not be published.

4 + ten =