ଆରୋଗ୍ୟ ହେଲେ ୨୯୮୦ କରୋନା ଆକ୍ରାନ୍ତ

0

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୯୮୦ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୦ ହଜାର ୩୩୧ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ୨୬୩, ଗଞ୍ଜାମରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡ଼ରୁ ୧୧୪, ପୁରୀରୁ ୧୧୪, ବାଲେଶ୍ୱରରୁ ୧୧୧, କୋରାପୁଟରୁ ୧୦୩, କେନ୍ଦ୍ରାପଡ଼ାରୁ ୯୧, ବରଗଡ଼ରୁ ୮୭, ଅନୁଗୋଳରୁ ୮୦, କେନ୍ଦୁଝରରୁ ୮୦, ରାୟଗଡ଼ାରୁ ୭୬, ଢେଙ୍କାନାଳରୁ ୭୫, ସୁନ୍ଦରଗଡ଼ରୁ ୬୮, ଝାରସୁଗୁଡ଼ାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୩୮, ନୂଆପଡ଼ାରୁ ୩୭, କନ୍ଧମାଳରୁ ୩୩, ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, କଳାହାଣ୍ଡିରୁ ୧୦, ଦେବଗଡ଼ରୁ ୫ ଓ ସୁବର୍ଣ୍ଣପୁରରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.