ଆଣ୍ଡରସନଙ୍କ ବିଶ୍ୱ ରେକର୍ଡ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡର୍‌ସନ୍‌ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ସର୍ବାଧିକ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟକରି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏହି କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ଗ୍ଲେନ ମ୍ୟାକଗ୍ରାଥଙ୍କ ରେକର୍ଡ ଭାଙ୍ଗ ଦେଇଛନ୍ତ । ମ୍ୟାକଗ୍ରାଥ୍‌ ୧୦୪ ବ୍ୟାଟ୍ସମ୍ୟାନଙ୍କୁ ଶୂନ୍‌ରେ ଆଉଟ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ବର୍ମିଂହାମ୍‌ ଟେଷ୍ଟରେ ଆଣ୍ଡରସନ୍‌ ଏହି ଉପଲବ୍ଧି ହାସଲ କରିଛନ୍ତି । ମ୍ୟାଚର ୩ୟ ଦିନ ନ୍ୟୁଜିଲାଣ୍ଡର ନିଲ୍‌ ୱାଗନରଙ୍କୁ ଆଉଟ କରି ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଏହି ମ୍ୟାଚରେ ମଧ୍ୟ ସେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସର୍ବାଧିକ ୧୬୨ ଟେଷ୍ଟ ମ୍ୟାଚ ଖେଳିବାରେ ସେ ଇଂଲଣ୍ଡର ପ୍ରଥମ ଖେଳାଳି ହୋଇଛନ୍ତି । ଏହି କ୍ଷେତ୍ରରେ ସେ ଆଲିଷ୍ଟର କୁକ୍‌ (୧୬୧)ଙ୍କ ରେକର୍ଡ ଭାଙ୍ଗିଥିଲେ ।

Leave A Reply

Your email address will not be published.