ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀଙ୍କୁ ଜଣେ ପୂର୍ବତନ ସେନା କର୍ମଚାରୀ ଗୁଳି କରିଥିବା ଅଭିଯୋଗ ହୋଇଛି। ଆହତ ବ୍ୟକ୍ତିଙ୍କ ନାଁ କୁଞ୍ଜବିହାରୀ ବେହେରା। ତାଙ୍କ ହାତରେ ଗୁଳି ବାଜିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅଭିଯୁକ୍ତ ପୂର୍ବତନ ସେନା କର୍ମଚାରୀଙ୍କ ନାଁ ଅଶ୍ୱିନୀ ରାଉତ। ସେ ନିଜ ଡବଲ ବ୍ୟାରେଲ୍ ରାଇଫଲରେ କୁଞ୍ଜବିହାରିଙ୍କୁ ଗୁଳି କରିଥିଲେ। ତେବେ ସେ କାହିଁକି ଗୁଳି କଲେ, ତା’ର କାରଣ ଜଣାପଡ଼ିନି। ପୁଲିସ ଘଟଣାର ଖୋଳତାଡ଼ କରୁଛି।