ଏବର୍ଷ ଅମରନାଥ ଯାତ୍ରା ବନ୍ଦ

0

କରୋନା ସଂକ୍ରମଣକୁ ଦେଖି ଏବର୍ଷ ଅମରନାଥ ଯାତ୍ରା ବନ୍ଦ କରି ଦିଆଯାଇଛି । ଅମରନାଥ ଯାତ୍ରା ବାତିଲ୍‌ ନେଇ ଜମ୍ମୁ-କାଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି । ବାବାଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଆସନ୍ତା ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ । ଏନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଘୋଷଣା କରିଛନ୍ତି । ଗତବର୍ଷ ମଧ୍ୟ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଅମରନାଥ ଯାତ୍ରା ବାତିଲ୍‌ ହୋଇଥିଲା । ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପ୍ରାଥମିକତା ସେଥିପାଇଁ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅମରନାଥ ଯାତ୍ରା ବନ୍ଦ ହୋଇଛି । ଶ୍ରୀ ଅମରନାଥଜୀ ଶ୍ରାଇନ୍‌ ବୋର୍ଡଙ୍କ ସଦସ୍ୟଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପରମ୍ପରା ଅନୁଯାୟୀ ପ୍ରଭୁ ଅମରନାଥଙ୍କର ସମସ୍ତ ପୂଜା ବିଧି ଅନୁଷ୍ଠିତ ହେବ କିନ୍ତୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯିବ ।

Leave A Reply

Your email address will not be published.

5 × 4 =