ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଅମରଙ୍କ ଚିଠି

0

ଭୁବନେଶ୍ୱର: ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଛନ୍ତି । ଏଣୁ ରାଜ୍ୟବାସୀ ତାଙ୍କଠାରୁ ସ୍ୱାଭାବିକ ଭାବେ ଅଧିକା ଆଶା ରଖୁଛନ୍ତି । ଇତିମଧ୍ୟରେ ବିଜେଡି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଶ୍ରୀ ବୈଷ୍ଣବଙ୍କ ନିକଟକୁ ଚିଠିଲେଖି ତାଙ୍କୁ ଓଡ଼ିଶାରେ ଅସଂପୂର୍ଣ୍ଣ ଥିବା ବିଭିନ୍ନ ରେଳପ୍ରକଳ୍ପର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ଏବେ ବି ରାଜ୍ୟର ୬ ଜିଲ୍ଲାକୁ ଟ୍ରେନ ଲାଇନ ଯାଇପାରିନି । ଗତ ୪ ବର୍ଷ ହେଲା ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାମ ସରୁନି । ଯଦିଓ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଅର୍ଥ ଓ ଜମି ଯୋଗାଇ ଦେଇଛନ୍ତି । ସେହିଭଳି ୨୦୧୬ରୁ ପୁରୀ-କୋଣାର୍କ ରେଳପଥ ଏବଂ ୨୦୧୭-୧୮ରୁ ଆରମ୍ଭ ହୋଇଥିବା ଗୁଣୁପୁର-ଥେରୁଭାଲି ପ୍ରକଳ୍ପ କାମ ବି ସରୁନି । ଏହାସହ ଶୀତଳାପଲ୍ଲୀ ୱାଗନ କାରଖାନା କାମ ଏଯାଏ ଆରମ୍ଭ ହୋଇପାରିଲାନି ବୋଲି କହି କ୍‌ଷୋଭ ପ୍ରକାଶ କରିଛନ୍ତି ସାଂସଦ । ବିଶେଷ କରି ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମକୁ ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ଥିବା ସେ ଚିଠିଲେ ଜଣାଇଛନ୍ତି । ଏସବୁ ପ୍ରକଳ୍ପ ପ୍ରତି ଧ୍ୟାନ ଦିଆଗଲେ ଓଡ଼ିଶା ଲାଭବାନ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

1 + eighteen =