ଆଲାନା ପାଣ୍ଡେଙ୍କୁ ଗଣଦୁଷ୍କର୍ମ ଧମକ

0

ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର-୨ର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ କକା ଝିଅ ଭଉଣୀ ଆଲାନା ପାଣ୍ଡେଙ୍କୁ ସାମାଜିକ ଗଣମାଧ୍ୟମରେ ଗଣଦୁଷ୍କର୍ମର ଧମକ ମିଳିଛି। ଏନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି ନିଜେ ଆଲାନା ଏ କଥା କହିଛନ୍ତି। ଅନନ୍ୟା କହିଛନ୍ତି, କିଛି ଦିନ ତଳେ ଆଲାନା ନିଜର ଏକ ବିକିନି ପିନ୍ଧା ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଥିଲେ। ଏହାକୁ ନେଇ ଜଣେ ମହିଳା ଉତ୍‌କ୍ଷିପ୍ତ ହେବା ସହ ଲେଖିଥିଲେ, ତୁମକୁ ଗଣଦୁଷ୍କର୍ମ କରାଯିବା ଉଚିତ। ସେ ଫଟୋରେ ଏଭଳି କମେଣ୍ଟ୍‌ ଦେବା ସହ ମୋ ବାପା ଚିକି ପାଣ୍ଡେ ଓ ମା’ ତଥା ସେଲିବ୍ରିଟି ଫିଟ୍‌ନେସ୍‌ ଏକ୍ସପର୍ଟ ଡାଏନି ପାଣ୍ଡେଙ୍କୁ ଏହାକୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ଆଲାନାଙ୍କୁ ଏହା ‌ହତବାକ୍‌ କରିଦେଇଥିଲା। ସଙ୍ଗେସଙ୍ଗେ ସେ ମହିଳାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରୁ ବ୍ଲକ୍‌ କରି ଦେଇଥିଲେ। ଏହାର ସ୍କ୍ରିନ୍‌ସଟ୍‌ ସେ ରଖିବାକୁ ଚାହିଁଥି‌ଲେ। କିନ୍ତୁ ଇନ୍‌ଷ୍ଟାଗ୍ରାମ୍ ସେ କମେଣ୍ଟ୍‌କୁ ହଟାଇ ଦେଇଥିବାରୁ ଏହା ସମ୍ଭବ ହୋଇନଥିଲା।

ଆଲାନା କହିଛନ୍ତି, ବହୁ ଆଗରୁ ଏନେଇ ମୁଁ ମୁହଁ ଖୋଲିଥିଲେ ଭଲ ହୋଇଥା’ନ୍ତି। ଆଲାନାଙ୍କ ଏହି‌ ପୋଷ୍ଟ୍‌ ପରେ ଲାରା ଦତ୍ତ ଓ ବିପାସା ବସୁ ଆଦି ବଡ଼ ବଡ଼ ସେଲିବ୍ରିଟି ତାଙ୍କ ସମର୍ଥନରେ ବାହାରିଛନ୍ତି। ପ୍ରକାଶ ଥାଉ କି, ଆଲାନା ପାଣ୍ଡେ ହେଉଛନ୍ତି ଚଂକି ପାଣ୍ଡେଙ୍କ ଭାଇ ଚିକି ପାଣ୍ଡେଙ୍କ ଝିଅ। ବର୍ତ୍ତମାନ ମଡେଲିଂରେ ସେ ବେଶ୍‌ ସକ୍ରିୟ।

Leave A Reply

Your email address will not be published.