ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର ଙ୍କ ମା

0

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଏବଂ ସେଥିପାଇଁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ତାଙ୍କ ମାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କୁହାଯାଉଛି ଯେ ଅକ୍ଷୟ କୁମାର ତାଙ୍କ ମାଙ୍କ ବିଷୟରେ ଖବର ପାଇବା ପରେ ସେ ଯଥାଶୀଘ୍ର ୟୁକେରୁ ଭାରତ ଆସିଥିଲେ। ସୋମବାର ସକାଳେ ଅକ୍ଷୟ ଭାରତରେ ପହଞ୍ଚିଥିଲେ। ଅକ୍ଷୟ କୁମାର ବ୍ରିଟେନର ସିଣ୍ଡରେଲା ଫିଲ୍ମର ସୁଟିଂ କରୁଥିଲେ। ଅକ୍ଷୟ କୁମାର ଫିଲ୍ମ ଶୁଟିଂ ଛାଡି ଫେରି ଆସିଛନ୍ତି।

Leave A Reply

Your email address will not be published.

eighteen − 15 =