ଅଜୟ ମହାନ୍ତି ସାଂସଦଙ୍କ ନାଉଗାଁ ବ୍ଲକ୍‌ ପ୍ରତିନିଧି

0

ଭୁବନେଶ୍ୱର/ଜଗତସିଂହପୁର : ନାଉଗାଁ ବ୍ଲକ୍‌ର ସାଂସଦ ପ୍ରତିନିଧି ଭାବେ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ଅଜୟ କୁମାର ମହାନ୍ତି(କୁନିଆ)ଙ୍କୁ ନିଯୁକ୍ତି ମିଳିଛି । ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍‌ ଶ୍ରୀ ମହାନ୍ତିଙ୍କୁ ବ୍ଲକର ସମସ୍ତ ଦଳୀୟ ବ୍ୟାପାର ଓ ସାଙ୍ଗଠନିକ କାର୍ଯ୍ୟ ସହ ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ମହାନ୍ତି ଜଣେ ଦକ୍ଷ ସଙ୍ଗଠକ ଭାବରେ ଅଞ୍ଚଳରେ ପରିଚିତ । ୨୦୦୦ମସିହାରୁ ନାଉଗାଁ ବ୍ଲକ୍‌ରେ ବିଜେଡି ସଙ୍ଗଠନକୁୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଥିବା ଶ୍ରୀ ମହାନ୍ତି ତତ୍କାଳୀନ ବରିଷ୍ଠ ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅତ୍ୟନ୍ତ ଅନୁଗତ ଭାବେ ବେଶ୍‌ ଜଣାଶୁଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶ୍ରୀ ମହାନ୍ତିଙ୍କ ନୂତନ ନିଯୁକ୍ତିକୁ ବିଭିନ୍ନମହଲରୁ ସ୍ୱାଗତ କରାଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବରିଷ୍ଠ କର୍ମୀ ଦିବାକର ଲେଙ୍କା, ଶିବଚରଣ ଲେଙ୍କା, ଜନ୍ମେଞ୍ଜୟ ନାୟକ, ବିକ୍ରମ କିଶୋର ସାହୁ, ଗୋପାଳ ସାହାଣୀ, ଜୟଶ୍ରୀ ରାୟ, ତିଲ ଭାଇ(ଗୋଠଦା), ପଞ୍ଚାନନ ଦାସ, ଶିବପ୍ରସାଦ ନାୟକ, ବିପିନ ବେହେରା, କେଦାର ନାୟକ, ଅଶୋକ ମହାନ୍ତି, ହଡା ଭାଇ, ଗଜି ଦାସ, ଭାଗବତ ମହାପାତ୍ର, ରାଜକିଶୋର ବେହେରା, ତରଣୀସେନ ବିଶ୍ୱାଳ, ସୁକାନ୍ତ କୁମାର ଲେଙ୍କା, ଟୁଲୁପ୍ରସାଦ ଲେଙ୍କା ଏବଂ ସାମ୍ବାଦିକ ଜ୍ଞାନରଞ୍ଜନ ସାମନ୍ତରାୟ ପ୍ରମୁଖ ଅଜୟଙ୍କ ନିଯୁକ୍ତିକୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

12 − 8 =