ଚଳିତ ବର୍ଷ ବି ବୋଲବମ୍ ବନ୍ଦ୍

0

ଭୁବନେଶ୍ୱର: ସବୁ କିଛି ଉଜାଡି ଦେଇଛି କରୋନା । ଦୀର୍ଘ ଦୁଇବର୍ଷ ଧରି ସବୁ କ୍ଷେତ୍ରରେ ଏହା ପ୍ରତିବନ୍ଧକ ଭଳି ଠିଆ ହୋଇଛି । ଭକ୍ତ ଓ ଭଗବାନ୍ ଭିତରେ ବି ଏହା ଫାଟ ସୃଷ୍ଟି କରିଛି । ତେବେ ଏହି ମହାମାରୀ କରୋନା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ହୋଇଛି ବୋଲବମ ଯାତ୍ରା । ଶ୍ରାବଣ ମାସରେ ଅନେକ ମାନସିକ ଧାରୀ ପାଣି ଧରି ବିଭିନ୍ନ ଶୈବ ପୀଠକୁ ଚାଲିଚାଲି ଯାତ୍ରା କରିଥାନ୍ତି। କିନ୍ତୁ କରୋନା ଯୋଗୁଁ ଚଳିତ ବର୍ଷ ଶୈବପୀଠ ଭକ୍ତଶୂନ୍ୟ। ସମସ୍ତ ଶ୍ରଦ୍ଧାଳୁ କୋଭିଡ ନିୟମକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି।

ସେପଟେ ରାଜ୍ୟର ବିଭିନ୍ନ ଶୈବପୀଠରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ । କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର ପୀଠ ବି ଶୂନଶାନ । ଏଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା କଟକଣା ପାଇଁ ଠାକୁରଙ୍କ ଦର୍ଶନ ନ ପାଇ ଶ୍ରଦ୍ଧାଳୁ ମାନେ ନିରାଶ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.

nineteen − sixteen =