ତାଲିବାନ ସହ ସାମିଲ ହେଲା ଆଫଗାନି ସେନା

0

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଖୁବଶୀଘ୍ର ସରକାର ଗଢିବ ତାଲିବାନ । ଏଥିପାଇଁ ପ୍ରଧାନମନ୍ତ୍ରୀ , ଉପ-ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇସାରିଛି । କିନ୍ତୁ ଏହାପୂର୍ବରୁ ଆଫଗାନିସ୍ତାନୀ ସେନାଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ କୁଆଡ଼େ ଗଲେ ଦେଶର ସେନାବାହିନୀ ? ସମସ୍ତ ଆଫଗାନୀ ସୈନ୍ୟ ଦେଶ ଛାଡିଦେଇଛନ୍ତି ନା ତାଲିବାନ ସଂଗଠନରେ ମିଶିଛନ୍ତି । ଏବେ ଆଫଗାନୀ ସେନାଙ୍କୁ ନେଇ ଏକ ରିପୋର୍ଟ ଆସିଛି । ବହୁ ପରିମାଣର ସୈନିକ ଏବେ ତାଲିବାନ ସରକାରରେ ସାମିଲ ହୋଇଛନ୍ତି ବୋଲି ରିପୋର୍ଟ ଆସିଛି ।

ସେହିପରି ମିଡିଆ ରିପୋର୍ଟ ଅନୁଯାୟୀ, ସୈନିକମାନେ ନିର୍ଯ୍ୟାତନା ଭୟରେ ଆଫଗାନିସ୍ତାନ ଛାଡିଦେଇଛନ୍ତି । କିଛି ସୈନ୍ୟ ପଞ୍ଜିଶୀରର ରେସିଟାନ୍ସ ଦଳ ସହିତ ମିଶିଛନ୍ତି । କିନ୍ତୁ ଆଫଗାନିସ୍ତାନ ଦଖଲ ପରେ ସମସ୍ତ ସୈନ୍ୟଙ୍କୁ କ୍ଷମା ଦିଆଯାଇଛି ବୋଲି ଘୋଷଣା କରିଥିଲେ ତାଲିବାନ ।

ସେହିପରି କିଛି ଦିନ ତଳେ ଭାଇରାଲ ହୋଇଥିବା ଫଟୋକୁ ବିଶ୍ଲେଷଣ କରି ୟୁକେ ସେନା କହିଛି ଯେ,ତାଲିବାନ ଏବେ ଯେଉଁ ଷ୍ଟାଇଲ୍‌ରେ ବନ୍ଧୁକର ବ୍ୟବହାର କରୁଛନ୍ତି ବା ଧରୁଛନ୍ତି ତାହା କେବଳ ଆମେରିକା ଓ ୟୁକେ ସେନା ବ୍ୟବହାର କରିଥାନ୍ତି । ଆମେରିକା ଓ ୟୁକେ ସେନା ଦ୍ୱାରା ଯେଉଁ ଆଫଗାନି ସେନାଙ୍କୁ ଟ୍ରେନିଂ ଦିଆଯାଉଥିଲା ସେମାନେ ଏବେ ତାଲିବାନ ସହିତ ମିଶିଛନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.

1 + 11 =