ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ସବିତା ବଜାଜ୍

0

ମୁମ୍ବାଇ: ଗତ କିଛି ଦିନ ପୂର୍ବରୁ ଜଣାଶୁଣା ବର୍ଷିଆନ୍ ଅଭିନେତ୍ରୀ ସବିତା ବଜାଜ୍ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ସବିତା ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଗୁହାରୀ କରିବା ସହିତ, ସେ ଅନେକ ରୋଗରେ ପିଡୀତ ଓ ତାଙ୍କ ପାଖରେ ଚିକିସ୍ବା କରିବା ପାଇଁ ସମ୍ବଳ ନାହିଁ ବୋଲି କହିଥିଲେ । ଏହାପରେ ଅନେକ କଳାକାର ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ । ଏବେ ଖବର ଅନୁଯାୟୀ, ପୁଣି ସବିତା ବଜାଜଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡିଛି ଏବଂ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଏନେଇ ଅଭିନେତ୍ରୀ ନୁପୁର ଅଳଙ୍କାର ସୂଚନା ଦେଇଛନ୍ତି । ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସବିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ସବିତା ମୁମ୍ବାଇର ଯେଉଁ ଘରେ ରହୁଛନ୍ତି ସେଠାରେ କୌଣସି ଝରକା ନାହିଁ। ପବନ ଯିବା ଆସିବା ପାଇଁ ମଧ୍ୟ କୌଣସି ରାସ୍ତା ନାହିଁ। ଏଭଳି ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ସ୍ୱାଭାବିକ। ଏଥିପାଇଁ ତାଙ୍କ ପାଇଁ ନୁପୁର ବୃଦ୍ଧାଶ୍ରମ ଖୋଜିଥିଲେ। ୪ରୁ ୫ଟି ବୃଦ୍ଧାଶ୍ରମ ସହ କଥା ମଧ୍ୟ ହୋଇଥିଲେ। କିନ୍ତୁ ସମସ୍ତ ବୃଦ୍ଧାଶ୍ରମଗୁଡିକ ମଧ୍ୟ ଖାଲି ନାହିଁ ବୋଲି ନୁପୁର କହିଛନ୍ତି।

Leave A Reply

Your email address will not be published.

2 × one =