ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ଆଣିଲେ ପାଲଟା ଅଭିଯୋଗ

0

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଏହାରି ମଧ୍ୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ବିଦ୍ୟା ନିଜ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ସୌମ୍ୟଙ୍କର ପରକୀୟା ପ୍ରୀତି ଥିବା କହିଛନ୍ତି ବିଦ୍ୟାଭାରତୀ ।

ବିଦ୍ୟାଙ୍କ ଅଭିଯୋଗ ମୁତାବକ, ଫୋନରେ ସୌମ୍ୟ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି । ଥରେ ଫୋନରେ କଥା ହେବା ବେଳେ ଧରିଥିବା କହିଛନ୍ତି ବିଦ୍ୟା । ସୌମ୍ୟଙ୍କ ବାପା ଓ ମାମୁ ଆଣିଥିବା ଅଭିଯୋଗକୁ ବିଦ୍ୟାଭାରତୀ ଖଣ୍ଡନ କରିଛନ୍ତି । ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣିନଥିବା ବିଦ୍ୟା କହିଛନ୍ତି ।
ଗତକାଲି ସୌମ୍ୟଙ୍କ ବାପା ପିସିସିଏଫ୍ ଅଫିସ୍ ଆସି ପିସିସିଏଫ୍ ଙ୍କୁ ଭେଟି ଥିଲେ । ଡି ଏଫ୍ ଓ ଙ୍କ ସହିତ ତାଙ୍କ ବୋହୂର ଅନୈତିକ ସଂପର୍କ ଥିବା ସେ କହିଥିଲେ । ତାଙ୍କ ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ସେ କହିଥିଲେ ।

Leave A Reply

Your email address will not be published.