ଟ୍ରକ-କାର ଧକ୍କା: ଚାଲିଗଲା ୪ ଜୀବନ

0

ଭୋପାଳ: ଭୋପାଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଘଟିଥିଲା ଭୋପାଳର ହୋଶଙ୍ଗାବାଦ ରୋଡରେ । ସ୍ଥାନୟ ଲୋକଙ୍କ କହିବା ଅନୁସାରେ ଯେତେବେଳେ ଦୁର୍ଘଟଣା ଘଟିଥିଲା ସେତେବେଳେ କାରର ବେଗ ବହୁତ ଥିଲା । ଗାଡି ଚଳାଉଥିବା ଡ୍ରାଇଭର ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଟ୍ରକ ସହ ପିଟି ହୋଇଯାଇଥିଲା । କାର ଏତେ ଦ୍ରୁତ ଥିଲା ଯେ କାରଟି ଟ୍ରକ୍‌ ତଳେ ପଶିଯାଇଥିଲା । ଫଳରେ କାରରେ ଥିବା ୫ ଯୁବକଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲା । ଏହା ପରେ ଗ୍ୟାସ କଟର ଏବଂ ଜେସିବି ସହାୟତାରେ ଟ୍ରକ ତଳେ ଫସି ରହିଥିବା କାରକୁ ଟାଣି ବାହାର କରାଯାଇଥିଲା । ଏହାସହ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

5 × 5 =