ଏହି ସପ୍ତାହରେ ସିଲାବସ୍‌ ଉପରେ ହେବ ନିଷ୍ପତ୍ତି

0

ଏଇ ସପ୍ତାହରେ ସିଲାବସ୍ ଉପରେ ନିଷ୍ପତ୍ତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସିଲାବସ୍ ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ ଚାଲିଛି। ଏନେଇ ବିଶେଷଜ୍ଞ କମିଟି ରିପୋର୍ଟ ଦେଇଛନ୍ତି। ତେବେ କେତେ ପ୍ରତିଶତ ସିଲାବସ୍ କମିବ ଏ ଯାଏ ନିଷ୍ପତ୍ତି ହୋଇ ନ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।CBSE ସିଲାବସ୍ କାଟିବା ପରେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱ ଥିଲା। ତାହା ଯେପରି ନ ହେବ ତା’ଉପରେ ନଜର ରଖାଯାଇଛି। କେତେ ପ୍ରତିଶତ ସିଲାବସ୍ କମିବ, ସ୍କୁଲ ଖୋଲା ଉପରେ ନିର୍ଭର କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

4 × 1 =