‘ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଶିକ୍ଷା ବିରୋଧୀ’

0

ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନକୁ ସଂଶୋଧିତ କରି ବିଶ୍ୱବିଦ୍ୟାଳୟଗୁଡିକର ସର୍ବୋଚ୍ଚ ଅଧିକାର ପ୍ରାପ୍ତ କୁଳାଧିପତିଙ୍କର ମର୍ଯ୍ୟାଦା ଓ କ୍ଷମତାକୁ ହ୍ରାସ କରିଛନ୍ତି ବୋଲି ଅଭିଯୋଗ ଆଣିଛି ଏବିଭିପି। ଏବିଭିପି ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ କୁହାଯାଇଛି, ଯେତେବେଳେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ମାଧ୍ୟମରେ ବିଶ୍ୱବିଦ୍ୟାଳୟଗୁଡିକୁ ସମ୍ପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ କରୁଛନ୍ତି, ସେତେବେଳେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡିକରୁ ନିଯୁକ୍ତି କ୍ଷେତ୍ରରେ କ୍ଷମତା ଛଡ଼େଇନେବା ଦୁର୍ଭାଗ୍ୟଜନକ।

ଏବିଭିପି ପକ୍ଷରୁ ଦାବି କରାଯାଇଛି, ସରକାର ବିଶ୍ୱବିଦ୍ୟାଳୟମାନଙ୍କରେ ରାଜନୀତିକରଣର ହୀନ ପ୍ରୟାସ ବନ୍ଦ କରନ୍ତୁ। ନହେଲେ ବିଦ୍ୟାର୍ଥୀ ପରିଷଦ ଆଗାମୀ ଦିନରେ ସାରା ରାଜ୍ୟରେ ଏହି ଆଇନ ବିରୋଧରେ ଛାତ୍ର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ମତବ୍ୟକ୍ତ କରିଛନ୍ତି।

ଆଜି ମାଷ୍ଟର କ୍ୟାଣ୍ଟିନ୍‌ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ରାଜ୍ୟ ସହ ସମ୍ପାଦକ ବୁଦ୍ଧଦେବ ବାଘ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ସାହୁ ଓ ରାଜିତ୍ ନାୟକ , ସୂର୍ଯ୍ୟପ୍ରକାଶ କର, ଦୀପ୍ତିମୟୀ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.