ଦୁଇ ମହିଳା ପରିବାର ଗୋଟିଏ ପଲାରେ : ୬ ବର୍ଷଧରି ମିଳୁନି ଘର ଖଣ୍ଡିଏ

0

ବାଲେଶ୍ୱର : ଗରିବ ଲୋକଙ୍କ ଲାଗି ସରକାର ମାଳମାଳ ଯୋଜନା କରୁଥିବା ବେଳେ କେତେକ ଗାଁ ନେତା ଓ କର୍ମଚାରୀଙ୍କ ଲାଞ୍ଚଖୁର ମନବୃତ୍ତି ଓ ବେପରୁଆ ଭାବ ଯୋଗୁଁ ନିର୍ଦ୍ଦିଷ୍ଟ ହୀତାଧିକାରୀ ସେଥିରୁ ଲାଭବାନ ହୋଇ ପାରିନାହିଁ ବରଂ ହାତଗୁଞ୍ଜ ନେଇ ଆଯୋଗ୍ୟ ହିତାଧିକାରୀ ଏପରି ହାତେଇବାରେ ଲାଗିଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ପଂଚାୟତର ଦେବକୁମାର ଗାଁ ୧୭ ନଂ ୱାର୍ଡରେ ଦୀର୍ଘ ୬ବର୍ଷ ଧରି ୨ଟି ପରିବାର ଏକ ଦଦର ଭଂଗା ଘରେ ରହି ଆସୁଥିବା ବେଳେ ସେମାନଙ୍କ ଆବେଦନକୁ ଗୁରୁତ୍ୱ ସ୍ଥାନୀୟ ପ୍ରଶାସନ ଓ ନେତା । ଘଟଣାରୁ ପ୍ରକାଶ ରତିକାନ୍ତ ଅଧିକାରୀ ଜଣେ ଗରିବ ବ୍ରାହ୍ମଣ କେବଳ ଗ୍ରାମର ମହାଦେବ ମନ୍ଦିର ପୂଜା ଓ ନୀତିକ୍ରାନ୍ତି ସାରି ସେଥିରେ ପରିବାର ପ୍ରତିପୋଷଣ କରି ଆସୁଥିଲେ । ହଠାତ୍‌ ରତିକାନ୍ତକୁ ଏକ ସାପ କାମୁଡିବା ଓ ପରବର୍ତ୍ତୀ ସମୟରେ ଦୀର୍ଘ ୪ବର୍ଷ ସାପ ବିଷରେ ଶର୍ଯ୍ୟସାୟୀ ହୋଇ ପଡିରହିବାପରେ ଆଖିବୁଜିଥିଲେ । ଶର୍ଯ୍ୟସାୟୀଠାରୁ ତାଙ୍କ ସ୍ତ୍ରୀ କନକଲତା ଅଧିକାରୀ ଅଦ୍ୟାବଧି ଆବାସ ଯୋଜନା ନିମନ୍ତେ ଆବେଦନ କରି ଆସୁଛନ୍ତି । ଘର ଡିହ ୩ ଡିସିମିଲ ଓ ଜମି ୪ଗୁଣ୍ଠ ବ୍ୟତିତ ତାଙ୍କର ଅନ୍ୟ କୌଣସି ରୋଜଗାର ପନ୍ଥା ନାହିଁ । ଏବେ ପୁଅ ମୋନଜ ଘରୋଇ ଟ୍ୟୁସନ କରି ଉଚ୍ଚ ଶିକ୍ଷା ଲାଭ କରିବା ସହିତ ଦୁଃଖ କଣ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ଚଳିତବର୍ଷ ମଧ୍ୟ କନକଲତା ଆବାସ ଯୋଜନା ଲାଗି ଆବେଦନ କରିଥିଲେ ମଧ୍ୟ ଗତ ୧୩ ତାରିଖରେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନାଁ ନାହିଁ । ଏହି ଘରୁ ଦୁଃଖ ଛାଡି ଯାଇନି । ରତିକାନ୍ତଙ୍କ ମୃତ୍ୟୁ ପୂର୍ବରୁ ଏକମାତ୍ର ଝିଅ ସସ୍ମତତାକୁ ୭ ବର୍ଷ ପୂର୍ବେ ସିଂଲା ଥାନାର ଲକ୍ଷ୍ମୀନାରାୟଣ ନନ୍ଦଙ୍କୁ ବିବାହ ଦେଇଥିଲେ । କିନ୍ତୁ ସସ୍ମିତାଙ୍କ ଗାଲରେ ଥିବା ଏକ କଳା ଜାଇ ଆରସ୍ତେ ଆସ୍ତେ ବୃଦ୍ଧି ପାଇ ମୁଖ ମଣ୍ଡଳକୁ ବିକୃତ କରୁଥିବାରୁ ତଥା ଆବଶ୍ୟକ ଯୌତୁକ ନେଇପାରିନଥିବାରୁ ଲକ୍ଷ୍ମିନାରାୟଣ ମାରଧର କରିବା, ମଦ ପିଇ ଆସି ଚୁଟିଧରି ଘୋଷାରିବା ଇତ୍ୟାଦି ଶାରିରୀକ ଓ ମାନସିକ ନିର୍ଯ୍ୟାତନ ଦେଇ ଆସୁଥିଲେ । ୪ ବର୍ଷର ଏକ ପୁଅ ଥିବା ବେଳେ ଗତ ୩ବର୍ଷ ଧରି ସସ୍ମିତି ସେହି ମାଙ୍କ ନିକଟରେ ରହି ଆସୁଛନ୍ତି । ୨ ମହିଳା ପରିବାର ଛାତ ନଥିବା ଏକ କୋଠରୀରେ କାଳାତିପାତ କରୁଥିବା ବେଳେ ଆବାସ ଯୋଜନା ଲାଗି ବାର ଦୁଆର ଶୁଣ୍ଢିପିଣ୍ଡା ଏବଂ ସରପଂଚଙ୍କ ଠାରୁ ବିଡିଓଙ୍କ ଯାଏ ଦୌଡି ବୁଲୁଥିବା ବେଳେ ଆବାସ ଯୋଜନା ତାଙ୍କ ଦାରିଦ୍ର୍ୟତାକୁ ଗ୍ରାଁ ସୁରେଶ ଜେନା, ଅଭିମନ୍ୟୁ ରାଉଳ ଭଳି ବହୁ ଲୋକେ ଏହି ଦୁଇ ପରିବାରକୁ ଆବାସ ଯୋଜନା ସର୍ବପ୍ରଥମେ ଦେବାକୁ ଦାବି କରିଛନ୍ତି । କେବଳ ଏହି ୨ ଜଣ ନୁହେଁ, ଗାଁର ଆଦିତ୍ୟ ପ୍ରମାଣିକ (୭୬), ରଂଜନ ପ୍ରମାଣିକ (୪୧), ଅଜିତ୍‌ ରାଉଳ, ଅଧିରଥ ରାଉଳ ପ୍ରମୁଖ ଛିଟାବାଡ ଘରେ ରହିଆସୁଥିବା ବେଳେ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କ ଆବାସ ଯୋଜନା ମିଳିନଥିବା ସେମାନେ ଆଜି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଗାଁରେ ବହୁ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ହାତେଇବା, ଗୋଟିଏ ପରିବାରୁ ଏକାଧିକ ବ୍ୟକ୍ତିଙ୍କୁ ଘର ମିଳିବା ଭଳି ସଂବେଦନଶୀଳ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି । ସେମାନଙ୍କୁ କେବେ ଆବାସ ଯୋଜନାରେ ଘର ମିଳିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

three × three =