କରୋନା ସ୍ଥିତି ଯାଞ୍ଚ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍

0

ଭୁବନେଶ୍ୱର:ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁ ରେ ବ୍ରେକ ଲାଗୁନି । ଏ ସବୁ ନେଇ ଆଜି(ସୋମବାର) ଆସୁଛି କେନ୍ଦ୍ରୀୟ ଟିମ । ରାଜ୍ୟରେ କୋରୋନା ସ୍ଥିତି ନେଇ ଯାଞ୍ଚ କରିବ ଦଳ । ଓଡିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ବ ନେଇଛନ୍ତି ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଏ.ଡାନ । ଓଡିଶା ସମେତ 6ଟି ରାଜ୍ୟକୁ ଟିମ ପଠାଇଛି କେନ୍ଦ୍ର ।

ଓଡିଶା ସମେତ ସଂକ୍ରମଣ ଅଧିକ ଥିବା ୬ଟି ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି କେନ୍ଦ୍ର ସରକାର । ଏହି ଟିମ ଜଣେ ଚିକିତ୍ସକ ଓ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞକୁ ନେଇ ଗଠନ କରାଯାଇଛି । ଏହି ଦୁଇଜଣିଆ ଟିମ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ କୋରୋନା ସଂକ୍ରମଣ ଉପରେ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ କିଛି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଟିମ କୋରୋନା ଟେଷ୍ଟିଂ,ନିରୀକ୍ଷଣ,ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତା ଆଦିର ତଦାରଖ କରିବେ ।
ଓଡିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର ଗସ୍ତ କରିବ ଟିମ୍ । ମଣିପୁରକୁ ଯାଉଥିବା ଟିମର ନେତୃତ୍ବ ନେବେ ଡ. ଏଲ୍ ସ୍ ଆସ୍ତିକରନ୍, ଅରୁଣାଚଳ ପ୍ରଦେଶ ପାଇଁ ଡ. ସଞ୍ଜୟ ସାଧୁଖାନ୍, ତ୍ରିପୁରା ପାଇଁ ଡ. ଆର.ଏନ୍ ସିହ୍ନା, କେରଳ ପାଇଁ ଡ. ରୁଚି ଜେନା ଏବଂ ଛତିଶଗଡ ପାଇଁ ଡ.ଦିବ୍ୟାକର ସାହୁ ।

Leave A Reply

Your email address will not be published.

sixteen + nine =